ETV Bharat / state

ଆନନ୍ଦପୁରରେ 2 ବାଇକ ମୁହାଁମୁହିଁ ଧକ୍କା, 3 ମୃତ

author img

By

Published : May 17, 2020, 8:05 AM IST

Updated : May 17, 2020, 10:16 AM IST

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଗୟଳମୁଣ୍ଡା ପଞ୍ଚାୟତ କୋଲଡିହା ପୋଲ ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ 3 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଆନନ୍ଦପୁରରେ 2 ବାଇକ ମୁହାଁମୁହିଁ ଧକ୍କା, 3 ମୃତ
ଆନନ୍ଦପୁରରେ 2 ବାଇକ ମୁହାଁମୁହିଁ ଧକ୍କା, 3 ମୃତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ସଡକ ଦୁର୍ଘଟଟଣା । ଗୟଳମୁଣ୍ଡା ପଞ୍ଚାୟତ କୋଲଡିହା ପୋଲ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ଧକ୍କା ହୋଇ 3 ଜଣଙ୍କ ମୃତ୍ୟୁ ହୋଇଛି ।

ରବିବାର 2ଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଗୟଳମୁଣ୍ଡାର ବନମାଳି ଗାଗରାଇ ଓ ଅଜୟ ଦିଗା ଏବଂ କୋଠଡିହା ଗାଁର ସିଙ୍ଗରାଇ ଗୁରୁତର ଅବସ୍ଥାରେ ରାସ୍ତାରେ ପଡି ରହିଥିଲେ । ସ୍ଥାନୀୟ ଜନସାଧାରଣ 108 ଆମ୍ବୁଲାନସକୁ ଖବର ଦେବା ପରେ ସେମାନଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରଖାନାରେ ବନମାଳି ଗାଗରାଇ ଓ ସିଙ୍ଗରାଇ ଜଙ୍କ ପ୍ରାଣ ହରାଇଥିବା ବେଳେ ଗୁରୁତର ଅଜୟ ଦିଗାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେ ମଧ୍ୟ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରି, ଇଟିଭି ଭାରତ

Last Updated : May 17, 2020, 10:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.