ETV Bharat / state

ଏକ କୋଟି ଟଙ୍କା ଠକେଇ ଅଭିଯୋଗ, ଦୁଇ ଗିରଫ - kendhujhar embezzling case

କେନ୍ଦୁଝର ଟାଉନ୍ ଥାନା ପୋଲିସ, କାଶୀପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ଏକ ପ୍ରୋଜେକ୍ଟ ପାଇଁ ଟେଣ୍ଡର୍ କରାଇଦେବା ନାଁରେ ସୋରୋ ଅଞ୍ଚଳର ଦୁଇ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ଏକ କୋଟି ଟଙ୍କା ଠକେଇ ଅଭିଯୋଗରେ ଦୁଇ ଗିରଫ
ଏକ କୋଟି ଟଙ୍କା ଠକେଇ ଅଭିଯୋଗରେ ଦୁଇ ଗିରଫ
author img

By

Published : Aug 16, 2021, 8:47 PM IST

କେନ୍ଦୁଝର: କେନ୍ଦୁଝର ଟାଉନ୍ ଥାନା ପୋଲିସ୍ କାଶୀପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ଏକ ପ୍ରୋଜେକ୍ଟ ପାଇଁ ଟେଣ୍ଡର୍ କରାଇଦେବା ନାଁରେ ସୋରୋ ଅଞ୍ଚଳର ଦୁଇ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, କାଶୀପୁର ଅଞ୍ଚଳର ସମୀର ପରିଡାଙ୍କ ଠାରୁ କେନ୍ଦୁଝରର ଏକ ପ୍ରୋଜେକ୍ଟ ପାଇଁ ଟେଣ୍ଡର କରାଇଦେବା ନାଁରେ ସୋରୋ ଅଞ୍ଚଳର ରମେଶ ଚନ୍ଦ୍ର ପାଢୀ ଓ ବିଶ୍ବଜିତ୍ ପଣ୍ଡା ଭିନ୍ନ ଭିନ୍ନ ସମୟରେ ଏକକୋଟି ଟଙ୍କା ଠକି ନେଇଥିଲେ ।

ଏକ କୋଟି ଟଙ୍କା ଠକେଇ ଅଭିଯୋଗରେ ଦୁଇ ଗିରଫ

ଟଙ୍କା ନେବାର ୭ ମାସ ପରେ ସମୀର ପରିଡାଙ୍କ ନାଁରେ ଟେଣ୍ଡର ହୋଇଯିବ ବୋଲି କହି ଆଉ ୨୦ ଲକ୍ଷ ଟଙ୍କା ମାଗିବା ବେଳେ, ସମୀର ପରିଡା ଟାଉନ୍ ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ ଭିତ୍ତି କରି ସୋରୋ ଅଞ୍ଚଳର ଏହି ୨ ଜଣଙ୍କୁ ଭୁବନେଶ୍ବରରୁ ଗିରଫ କରିଥିଲା ପୋଲିସ୍ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.