କେନ୍ଦୁଝର: ଦୁଇ ଯମଜ ଭାଇଙ୍କ ସଲିଳ ସମାଧି । କେନ୍ଦୁଝର ତୁରୁମୁଙ୍ଗା ଥାନା ନୂଆଖମଣ ଗାଁର ବାଙ୍କ ସାହିରେ ଖେଳୁ ଖେଳୁ ଗାଡିଆରେ ବୁଡିଗଲେ ଦୁଇ ଜାଆଁଳା ଭାଇ । ନିଜ ଘର ନିକଟ ଗାଡିଆରେ ପଡ଼ି ଯିବାରୁ ୬ ବର୍ଷର ଦୁଇ ଜାଆଁଳା ଭାଇଙ୍କ ମୃତ୍ୟୁ ଘଟିଛି ।
ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଦୁଇ ଭାଇଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଛନ୍ତି । ପରିବାର ସହ ଗାଁରେ ଶୋକାକୁଳ ପରିବେଶ ଖେଳିଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ