ETV Bharat / state

OMC ଖଣିରେ ଟ୍ରକ ଟୋକନ ବଣ୍ଟାକୁ ନେଇ ଉତ୍ତେଜନା

author img

By

Published : Apr 1, 2021, 10:59 AM IST

Updated : Apr 1, 2021, 11:23 AM IST

କେନ୍ଦୁଝରର OMC ଖଣିରେ ଟ୍ରକ ଟୋକନ ବଣ୍ଟାକୁ ନେଇ ଅଶାନ୍ତି ଦେଖାଦେଇଛି । ଅଧିକ ପଢନ୍ତୁ...

OMC ଖଣିରେ ଟ୍ରକ ଟୋକାନ ବଣ୍ଟାକୁ ନେଇ ଅଶାନ୍ତି

କେନ୍ଦୁଝର: ଜିଲ୍ଲାର OMC ଖଣିରେ ଲୋଡି଼ଙ୍ଗ ପାଇଁ ଟ୍ରକ ଟୋକନ ବଣ୍ଟାକୁ ନେଇ ଅଶାନ୍ତି ଦେଖାଦେଇଛି । ଫଳରେ ଉତ୍ତ୍ୟକ୍ତ ଟ୍ରକ ମାଲିକମାନେ ଟାୟାର ଜାଳି ଶୁଆକାଠି ନିକଟସ୍ଥ ଓଏମସି ଖଣି ତେନ୍ତୁଳିଠାରେ ରାସ୍ତା ଅବରୋଧ କରିଛନ୍ତି ।

OMC ଖଣିରେ ଟ୍ରକ ଟୋକନ ବଣ୍ଟାକୁ ନେଇ ଉତ୍ତେଜନା

ଟ୍ରକ ମାଲିକମାନେ ଟାୟାର ଜଳାଇ ଧାରଣାରେ ବସି ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଯୋଗୁଁ ପାର୍କିଂ ୟାର୍ଡ ଲୋଡ଼ିଙ୍ଗ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧା ପାଇଛି । ଟ୍ରକ ମାଲିକମାନଙ୍କୁ ଲୋଡ଼ିଙ୍ଗ ପାଇଁ 7 ଦିନ ଅପେକ୍ଷା କରିବାକୁ ପଡୁଥିବା ବେଳେ ଟୋକନ ପାଇଁ ମିଳୁଥିବା ଟୋକନ ହେରଫେର ହେଉଛି । ଟୋକନ ପାଇବା ପରେ ସେମାନେ ଟ୍ରକରେ ଲୋଡ କରିପାରିବେ । ବାଣ୍ଟୁଥିବା ଲୋକମାନେ ଟିକେଟ ହେରଫେର କରି ମୁନାଫା କମାଉଥିବା ଅଭିଯୋଗ ହେଉଛି । ଯାହାକୁ ବିରୋଧ କରି ଟାୟାର ଜାଳି ପାର୍କିଂ ଅବରୋଧ କରିଛନ୍ତି ଟ୍ରକ ମାଲିକ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Apr 1, 2021, 11:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.