ETV Bharat / state

ଟ୍ରଲରରେ ଖଣିଜ ପରିବହନକୁ ଟ୍ରକ ମାଲିକ ସଙ୍ଘର ବିରୋଧ, ଆନ୍ଦୋଳନ ଚେତାବନୀ

author img

By

Published : Aug 3, 2023, 3:34 PM IST

ଟ୍ରଲର ଯୋଗେ ଖଣିଜ ସମ୍ପଦ ପରିବହନକୁ ନେଇ ତୀବ୍ର ବିରୋଧ କରିଛି ଟ୍ରକ ମାଲିକ ସଂଘ । ଅଧିକ ପଢନ୍ତୁ

truck owner association protest
truck owner association protest

ଖଣିଜ ପରିବହନକୁ ଟ୍ରକ ମାଲିକ ସଙ୍ଘର ବିରୋଧ

କେନ୍ଦୁଝର: ଟ୍ରଲର ଯୋଗେ ଖଣିଜ ସମ୍ପଦ ପରିବହନକୁ ନେଇ ଟ୍ରକ ମାଲିକ ସଂଘର ବିରୋଧ । ଟ୍ରକ ମାଲିକ ମଞ୍ଚର ଆବାହକ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରୋଟାରୀ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଟ୍ରଲରରେ ଖଣିଜ ସମ୍ପଦ ପରିବହନକୁ ତୀବ୍ର ବିରୋଧ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- କଟୁଛି ଅହେତୁକ ଇ-ଚାଲାଣ, ଟର୍ମିନାଲ ନିର୍ମାଣ ପାଇଁ କଟକ ଭୁବନେଶ୍ବର ମିନି ଟ୍ରକ ମାଲିକ ସଂଘର ଦାବି

ଟ୍ରକ୍‌ ଯୋଗେ ଖଣିଜ ସମ୍ପଦ ପରିବହନ କରି ଜିଲ୍ଲାର ହଜାର ହଜାର ଶିକ୍ଷିତ ବେକାରୀ ନିଜର ପେଟପାଟଣା ଚଳାଇ ଆସୁଛନ୍ତି । ହେଲେ ପ୍ରଥମେ ରେଳ ଏବଂ ପରେ ପାଇପ୍‌ଲାଇନ୍‌ ଯୋଗେ ଖଣିଜ ସମ୍ପଦ ପରିବହନ ପରଠାରୁ ଜିଲ୍ଲାର ଟ୍ରକ ମାଲିକ କାମଧନ୍ଦା ନପାଇ ଭୋକ ଉପାସରେ ଜୀବନ ଅତିବାହିତ କରିଆସୁଛନ୍ତି । ଏହାକୁ ନେଇ ଟ୍ରକ ମାଲିକ ସଂଘ ସମ୍ପାଦକ ସୁଶାନ୍ତ ବାରିକ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ଏବେ ଗତ କିଛି ବର୍ଷ ଧରି ଜିଲ୍ଲା ବାହାରର ଅଣ ଓଡ଼ିଆ ଠିକାଦାର ଜିଲ୍ଲା ଓ ରାଜ୍ୟ ବାହାରକୁ ଟ୍ରଲର ଯୋଗେ କମ୍ ପରିବହନ ମୂଲ୍ୟରେ ଖଣିଜ ସମ୍ପଦ ପରିବହନ କରୁଛନ୍ତି । ଯାହାକୁ ନେଇ କେନ୍ଦୁଝର ଜିଲ୍ଲାର ଖଣିଜ ପରିବହନ ସୁଯୋଗରୁ ବଞ୍ଚିତ ହୋଇ ଆସୁଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ଟ୍ରକ ମାଲିକଙ୍କୁ ଆତ୍ମନିର୍ଭରଶୀଳତାର ମନ୍ତ୍ର ଶିଖାଇଲେ ଧର୍ମେନ୍ଦ୍ର

ଜିଲ୍ଲାରେ ୨୦ ହଜରରୁ ଊର୍ଦ୍ଧ୍ବ ଟ୍ରକ ପ୍ରତ୍ୟେକ ଦିନ ଚଳାଚଳ କରୁଛି । ଏଣୁ ଜିଲ୍ଲା ଟ୍ରକ ମାଲିକଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେବାକୁ ଦାବି ହୋଇଛି । ତୁରନ୍ତ ଟ୍ରଲର ଯୋଗେ ଖଣିଜ ସମ୍ପଦ ପରିବହନ ସହ ଜିଲ୍ଲାରେ କାର୍ଯ୍ୟକ୍ଷମ ବିଭିନ୍ନ ଖଣିରୁ ଟ୍ରକ ଯୋଗେ ଖଣିଜ ସମ୍ପଦ ପରିବହନ ସମ୍ପର୍କିତ ଅନୁପାତ ପ୍ରଦାନ କରିବାକୁ ମିଳିତ ଟ୍ରକ ମାଲିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି । ଦାବି ପୂରଣ ନହେଲେ ମିଳିତ ଟ୍ରକ୍‌ ମାଲିକ ମଞ୍ଚ ପକ୍ଷରୁ ଆସନ୍ତା ୪ ତାରିଖଠାରୁ ଚମ୍ପୁଆ ଥାନା ଅଧୀନ ୫୨୦ନଂ ଜାତୀୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ପ୍ରଥମେ ଖଣିଜ ସମ୍ପଦ ବୋଝେଇ ପାଇଁ ଯାଉଥିବା ଖାଲି ଟ୍ରଲରକୁ ଅଟକ ରଖି ଫେରାଇ ଦିଆଯିବ । ଏହାସହ ମଞ୍ଚ କର୍ମକର୍ତ୍ତାଙ୍କ ପକ୍ଷରୁ ବିଭିନ୍ନ ଖଣିରେ ପିକେଟିଂ କରାଯାଇ ଟ୍ରଲର ଯୋଗେ ଖଣିଜ ସମ୍ପଦ ପରିବହନକୁ ବନ୍ଦ କରିବାକୁ ଚେତାବନୀ ଦେଇଛି ମାଲିକ ସଂଘ ।

ଇଟିଭି ଭାରତ , କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.