ETV Bharat / state

ସବୁଜ ବନାନୀ ପାଇଁ ସମର୍ପିତ ରମେଶ, ନିଜ ଅର୍ଥରେ ବାଣ୍ଟୁଛନ୍ତି ଚାରା

ସବୁଜ ବନାନୀ ପାଇଁ ନିଜକୁ ସମର୍ପିତ କରିଛନ୍ତି ବୃକ୍ଷ ମାନବ ରମେଶ ମିଶ୍ର । କେନ୍ଦୁଝର ଜିଲ୍ଲାରେ ନିଜ ଖର୍ଚ୍ଚରେ ଲୋକଙ୍କୁ ବାଣ୍ଟୁଛନ୍ତି ଚାରା । ଅଧିକ ପଢନ୍ତୁ...

author img

By

Published : Jul 13, 2020, 3:34 PM IST

ସବୁଜ ବନାନୀ ପାଇଁ ସମର୍ପିତ ରମେଶ ମିଶ୍ର, ନିଜ ଅର୍ଥରେ ଲୋକଙ୍କୁ ବାଣ୍ଟୁଛନ୍ତି ଚାରା

କେନ୍ଦୁଝର: ବଣ ପାହାଡ ଘେରା ସବୁଜ ବନାନୀର ସୁନ୍ଦର ପରିବେଶ କେନ୍ଦୁଝର ଜିଲ୍ଲା । ହେଲେ କଳ କାରଖାନା ଓ ଖଣି ଖନନ ପାଇଁ ତାହା ଧିରେ ଧିରେ ନଷ୍ଟ ହେବାକୁ ବସିଲାଣି । ବିଗିଡିବାକୁ ବସିଲାଣି ପରିବେଶର ସନ୍ତୁଳନ ।

ତେବେ ଏହାକୁ ରକ୍ଷା କରିବା ତଥା ନୂଆ ଗଛ ସୃଷ୍ଟି କରିବାକୁ ଅଣ୍ଟା ଭିଡିଛନ୍ତି ବୃକ୍ଷ ମାନବ ରମେଶ ଚନ୍ଦ୍ର ମିଶ୍ର । ଗାଁ ଗାଁରେ ସବୁଜ ବନାନୀ ସୃଷ୍ଟି କରିବାକୁ ଆରମ୍ଭ କରିଛନ୍ତି ଅଭିଯାନ । ନିଜ ଗାଁ ଜଙ୍ଘିରାରେ ଚାରା ରୋପଣ କେନ୍ଦ୍ର କରି ବୃକ୍ଷ ଗଙ୍ଗା ଅଭିଯାନ ନାମରେ ମାଗଣାରେ ବାଣ୍ଟି ଚାଲିଛନ୍ତି ଚାରା । ପାଖାପାଖି 6 ବର୍ଷ ହେବ ଏହି ଅଭିଯାନ ମାଧ୍ୟମରେ ସେ ସାଢେ 5 ଲକ୍ଷ ଚାରା ବାଣ୍ଟିସାରିଛନ୍ତି ।

ପ୍ରଥମେ ଶିକ୍ଷକତାରୁ ନିଜର ଜୀବନ ଆରମ୍ଭ କରିଥିବା ରମେଶ ଚନ୍ଦ୍ର ପରବର୍ତ୍ତୀ ସମୟରେ ବ୍ୟାଙ୍କ ଚାକିରି କରିଥିଲେ । ଏଠାରୁ ଅବସର ନେବା ପରେ ବୃକ୍ଷ ପ୍ରତି ଥିବା ତାଙ୍କର ଭଲପାଇବା ପାଇଁ ସେ ନିଜ ଭତ୍ତା ଟଙ୍କାରେ ଚାରା ରୋପଣ କେନ୍ଦ୍ର କରି ମାଗଣାରେ ଚାରା ବାଣ୍ଟୁଛନ୍ତି ।

ଅର୍ଥକାରୀ ବୃକ୍ଷ କାଜୁ , ଶାଗୁଆନ, ପିଆଶାଳ, ପିଜୁଳି, ଡାଲିମ୍ବ, ଅଁଳା ଆଦି ଚାରା ସହ ଔଷଧୀୟ ଗୁଣ ଯୁକ୍ତ ବେଲ,ଅଶୋକ, ଲିମ୍ବ, କରଞ୍ଜ, ହରିଡା, ବାହାଡ଼ା ଆଦି ଚାରା ସେ ଯୁବକ, ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ବାଣ୍ଟୁଥିବା ଦେଖିବାକୁ ମିଳୁଛି ।

ଚାରା ଦେବା ସମୟରେ ଏକ ସଂକଳ୍ପ ପତ୍ରରେ ଦସ୍ତଖତ କରିବା ସହ ପ୍ରତିବର୍ଷ ଏକ ବନ ମହୋତ୍ସବ କରି ଯେଉଁ ବ୍ୟକ୍ତି ଅଧିକ ଚାରା ରୋପଣ କରି ବଞ୍ଚାଇ ପାରିଛନ୍ତି ତାଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ।

ରମେଶ ମିଶ୍ର ଗ୍ରାମ ନିକଟରେ ପ୍ରଥମେ ଗୋଟିଏ ନର୍ସରି ଆରମ୍ଭ କରିଥିବାବେଳେ ଏବେ ତାହା ତିନୋଟିରେ ପହଞ୍ଚିଛି । ତାଙ୍କ ନର୍ସରିରୁ ଚାରା ନେବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ୟ ଲୋକ ଆସୁଛନ୍ତି । ତେବେ ତାଙ୍କର ଏହି ଉଦ୍ୟମରେ ନିକଟସ୍ଥ ଗ୍ରାମବାସୀ ମଧ୍ୟ ସହଯୋଗର ହାତ ବଢାଇଛନ୍ତି ।

ତାଙ୍କ ଠାରୁ ପ୍ରେରଣା ପାଇ ବହୁ ଯୁବକ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ହାତକୁ ନେଇଥିବାବେଳେ ପରିବେଶ ସନ୍ତୁଳନ ପାଇଁ କାର୍ଯ୍ୟ କରିବେ ବୋଲି ସଂକଳ୍ପ ନେଇଛନ୍ତି । ଏଥିପାଇଁ ରମେଶ ମିଶ୍ରଙ୍କୁ କେନ୍ଦୁଝରରେ ବୃକ୍ଷ ମାନବ ଭାବେ ଆଖ୍ୟା ଦିଆଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.