କେନ୍ଦୁଝର: ଆସ ଜୀବନ ଧନ,ମୋର ପଖାଳ କଂସା । ପ୍ରକୃତରେ ପଖାଳ କଂସାକୁ ଓଡ଼ିଆଙ୍କ ଜୀବନ ଧନ କହିଲେ ଅତୃକ୍ତି ହେବନାହିଁ । ସଜ ପଖାଳ ହେଉ କିମ୍ବା ବାସି ପଖାଳ, ପଖାଳ ଖାଇବାର ମଜା ନିଆରା। ପଖାଳ ସହିତ ଦହି ମିଶାଇ, ଆମ୍ବ କସିଆ ଅଦା,ଶାଗ ଭଜା, ବଡ଼ିଚୁରା ଓ ଆଳୁ ଭର୍ତା ହେଲେ ପଖାଳ ଖାଇବାର ମଜା ବଢିଯାଏ ।
ସେ ଚାଷ ଜମି ହେଉ ଅବା ଘର ଅଗଣା, ଓଡ଼ିଶାରେ ଘରେ ଘରେ ପଖାଳ ପ୍ରିୟ ଖାଦ୍ୟ। ଦିନସାରା ଜମିରେ କଠିନ ପରିଶ୍ରମ କରି ଚାଷୀ ମୁଠାଏ ପଖାଳ ଖାଇଲେ ତାକୁ ଶାନ୍ତି ମିଳିଥାଏ । ପଖାଳ ସହ ୬ ତିଅଣ ୯ଭଜା ଆବଶ୍ୟକତା ନଥାଏ। ପୋଡା ପୋଡି କିମ୍ବା ଶାଗଭଜା ଟିକିଏ ହେଲେ ,ପଖାଳ ବେଶେ ଜମିଯାଏ। ଏକାଠି ବସି ଖୁସି ଗପକରି ପଖାଳ ଖାଇବାର ମଜା ନିଆରା ।
ଆନନ୍ଦପୁରର ପଖାଳ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଲୋକ କଥା ଅଛି କେନ୍ଦୁଝର ରାଜା ପାରିଧି କରିବାକୁ ଆସିଥିବା ବେଳେ ଚାଷୀ ଘରେ ପଖାଳ ତୋରାଣି ପିଇ ନିଜ ଶୋଷ ମେଣ୍ଟାଇ ଥିଲେ। ରାଜା ତୋରାଣି ପିଇଥିବାରୁ ସେ ଗାଁର ନାମ ତୋରାଣିଆପାଳ ଏବଂ ଆନନ୍ଦ ପାଇଥିବାରୁ ଏ ଅଞ୍ଚଳକୁ ଆନନ୍ଦପୁର ଆଖ୍ୟା ଦେଇଥିଲେ। ବର୍ତ୍ତମାନ ପାଶ୍ଚାତ୍ୟ ସଭ୍ୟତା ପ୍ରଭାବରେ ପଖାଳ ପ୍ରତି ବିମୁଖ ହୋଇ ଫାଷ୍ଟଫୁଡ଼ ରେ ଆଗ୍ରହ ଦେଖା ଯାଉଛି। ପାଖଲରେ ଥିବା ଇଷ୍ଟ ଅଂଶରେ ଶରୀର ପାଚନ କ୍ରିୟା ବଢାଇବାରେ ସହାୟକ ହୋଇଥାଏ ।
ପଖାଳର ଉପାଦେୟତା ତଥା ଏହାକୁ ଅଧିକ ଆପଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ପାଳିତ ହେଉଛି ପଖାଳ ଦିବସ ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀଙ୍କ ରିପୋର୍ଟ, ଇଟିଭି ଭାରତ