କେନ୍ଦୁଝର: ସହରରେ କାଳବୈଶାଖୀ ବର୍ଷା ହୋଇଛି । କିଛି ସ୍ଥାନରେ କୁଆପଥର ମାଡ଼ ହେବା ସହ ପ୍ରବଳ ବର୍ଷା ହୋଇଛି । ଏହି ବର୍ଷା ଯୋଗୁଁ ସହରର ତାପମାତ୍ରା ହ୍ରାସ ପାଇଥିବାବେଳେ କିଛି ମାତ୍ରାରେ ଥଣ୍ଡା ଅନୁଭୂତ ହୋଇଛି ।
କେନ୍ଦୁଝର ଜିଲ୍ଲାରେ କିଛି ଦିନ ହେଲା ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଗରମ ଅନୁଭୂତ ହେଉଥିଲା । ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିଲା । ଅସହ୍ୟ ଗରମ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବାବେଳେ ଗୁରୁବାର କାଳବୈଶାଖୀ ବର୍ଷା ଯୋଗୁଁ ଏଥିରୁ ସହରବାସୀଙ୍କୁ ସାମାନ୍ୟ ଆଶ୍ବସ୍ଥି ମିଳିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ