ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ନାହାଳିଆ ଗାଁରେ ନଳକୂପ ମରାମତି କରୁଥିବା ସମୟରେ ନଳକୂପର ପାଇପ ଉପରେ ଥିବା 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକର ମୃତ୍ୟୁ ଘଟିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Sep 20, 2020, 6:15 PM IST

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ନାହାଳିଆ ଗାଁରେ ନଳକୂପ ମରାମତି କରୁଥିବା ସମୟରେ ନଳକୂପର ପାଇପ ଉପରେ ଥିବା 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ତରଭା ଗାଁର ବାପୁନ ଜେନା ।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ଚନ୍ଦ୍ରଶେଖର ଜେନା ନାମକ ଅନ୍ୟ ଜଣେ ଯୁବକ ମୃତକ ବାପୁନ ସହିତ ମରାମତି କାମରେ ସାହାଯ୍ୟ କରୁଥିବା ବେଳେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ ସେଠାରେ ଚିକିତ୍ସିତ ହେଉଛନ୍ତି । ସେପଟେ ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.