କେନ୍ଦୁଝର: ଅନିୟମିତତା ଅଭିଯୋଗରେ ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ । ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତରେ ଦେଖାଦେଇଛି ଉତ୍ତେଜନା । ପଞ୍ଚାୟତରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଥିଲେ ପଞ୍ଚାୟତର ସମସ୍ତ ୱାର୍ଡମେମ୍ବର । ଫଳରେ ବ୍ଲକ ପକ୍ଷରୁ ଗୁରୁବାର ତଦନ୍ତ ପାଇଁ ଆସିଥିବା ଅଧିକାରୀଙ୍କ ସମ୍ମୁଖରେ ଏହି ଉତ୍ତେଜନା ପ୍ରକାଶ ପାଇଥିଲା ।
ଏହି ଉତ୍ତେଜନା ଲାଗି ପଞ୍ଚାୟତ ଅଫିସ ଭିତରେ ପିଇଓ ହରିହର ମହାନ୍ତ ଓ ଜିଆର ଏସ୍ ଅକ୍ଷୟ ମହାନ୍ତଙ୍କୁ ତାଲା ପକାଇଥିଲେ ଉତ୍ୟକ୍ତ ଲୋକେ । ବହୁ ସମୟ ଉତ୍ତେଜନା ଲାଗି ରହିଥିବାବେଳେ ଖବର ପାଇ ପୋଲିସ ପହଞ୍ଚି ଥିଲା । ବହୁ ବୁଝାସୁଝା ପରେ ଉତ୍ୟକ୍ତ ଲୋକେ ତାଲା ଖୋଲିଥିବାବେଳେ ଅନିୟମିତତା ନେଇ ତଦନ୍ତ ହେବ ବୋଲି ବ୍ଲକ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ