ETV Bharat / state

ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ବର୍ତ୍ତିଲା ଯାତ୍ରୀବାହୀ ବସ୍ - ବସ୍ ଦୁର୍ଘଟଣା ଖବର

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଲା ବସ୍‌ । ପଢନ୍ତୁ ଅଧିକ.....

ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ବର୍ତ୍ତିଗଲା ଯାତ୍ରୀବାହୀ ବସ୍

author img

By

Published : Dec 20, 2020, 7:24 AM IST

କେନ୍ଦୁଝର: ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଲା ବସ୍‌ । ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ରାସୋଳ ରେଲୱେ ଅଣ୍ଡରବ୍ରିଜ୍ ନିକଟରେ କୋଇଡାରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଶାନ୍ତିଲତା ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ବସଟି କୋଇଡାରୁ ବାହାରି ହରିଚନ୍ଦନପୁର ଦେଇ ଭୁବନେଶ୍ବର ଯାଉଥିବା ବେଳେ ରାସୋଳ ରେଲୱେ ଅଣ୍ଡରବ୍ରିଜ୍ ନିକଟରେ ବିପରୀତ ଦିଗ ଭୁଲ ରାସ୍ତାରେ ଏକ କାର ଦୃତ ଗତିରେ ଆସିଥିଲା । କାର ସହ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଚାଳକ ଜଣଙ୍କ ବସଟିକୁ ବାମପାର୍ଶ୍ବକୁ କାଟି ଥିଲେ ।

ଫଳରେ ପାର୍ଶ୍ବରେ ଥିବା ସିମେଣ୍ଟ ବାଡାରେ ବସ୍‌ର ସମ୍ମୁଖ ବାଜି ଭାଙ୍ଗି ଯାଇଥିବା ବେଳେ ହେଲପର ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ବେଳେ ସେମାନଙ୍କୁ ଅନ୍ୟ ବସ୍ ଯୋଗେ ନିଆଯାଇଥିବା ଜଣାପଡିଛି । ଘଟଣାର ଖବର ପାଇ ଦୈତାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ କାରକୁ ଜବତ କରି ଥାନାରେ ଅଟକ ରଖିଥିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.