ETV Bharat / state

ଫସିରହିଥିବା ଓଡିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କଲା ଜିଲ୍ଲାପ୍ରଶାସନ - ଓଡିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର

କୋରୋନା ମହାମାରୀ ବୃଦ୍ଧି ପାଇବା ପରେ ବାହାର ରାଜ୍ୟରୁ ରାଜ୍ୟକୁ ଫେରୁଛନ୍ତି ଶହଶହ ସଂଖ୍ୟାରେ କର୍ମଜୀବୀ । ତେବେ ପୂର୍ବରୁ ପ୍ରବାସୀ ଓଡିଆଙ୍କ ପାଇଁ ବାଧ୍ୟତାମୂଳକ ପଞ୍ଜୀକୃତ ବ୍ୟବସ୍ଥା ରହିଥିବା ବେଳେ ଏବେ ଆଉ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।

helpline
ଫସିରହିଥିବା ଓଡିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କଲା ଜିଲ୍ଲାପ୍ରଶାସନ
author img

By

Published : May 3, 2020, 8:09 AM IST

କେନ୍ଦୁଝର: କୋରୋନା ମହାମାରୀ ବୃଦ୍ଧି ପାଇବା ପରେ ବାହାର ରାଜ୍ୟରୁ ରାଜ୍ୟକୁ ଫେରୁଛନ୍ତି ଶହଶହ ସଂଖ୍ୟାରେ କର୍ମଜୀବୀ । ସରକାର ଉକ୍ତ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଆଣିବାକୁ ପ୍ରାଣପଣେ ପ୍ରୟାସ ଆରମ୍ଭ କରିଛନ୍ତି। ସେଥିପାଇଁ ସ୍ୱତନ୍ତ୍ର ବସ, ଟ୍ରେନ ର ବ୍ୟବସ୍ଥା ମଧ୍ୟ କରୁଛନ୍ତି ।

ଫସିରହିଥିବା ଓଡିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କଲା ଜିଲ୍ଲାପ୍ରଶାସନ
helpline

ତେବେ ବାହାର ରାଜ୍ୟରୁ ଆସିବାକୁ ଥିବା ଲୋକଙ୍କୁ ପ୍ରଥମେ ପଞ୍ଜୀକୃତ କରିବା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ବ୍ୟବସ୍ଥା ଆରମ୍ଭ କରିଛି । ହେଲେ ଏଥିପାଇଁ ଆଉ ଏକ ହେଲ୍ପଲାଇନ ନମ୍ବର ଜାରିକରିଛି କେନ୍ଦୁଝର ଜିଲ୍ଲା ପ୍ରଶାସନ । ଏନେଇ ଟ୍ୱିଟର ମାଧ୍ୟମରେ ସୂଚନା ଦିଆଯାଇଛି। ହେଲପ୍ ଲାଇନ ନମ୍ବର ଦୁଇଟି ହେଲା ୦୬୭୬୬-୨୫୫୪୯୫ ଓ ୭୬୫୭୦୬୬୦୯୯ ।

ଏହା ସହ ଓଡିଶାରୁ ବାହାର ରାଜ୍ୟକୁ ଯାଉଥିବା ଲୋକ ମଧ୍ୟ ଏହି ହେଲ୍ପଲାଇନ ନମ୍ବର ରେ ପଞ୍ଜୀକୃତ କରି ଯାଇପାରିବେ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ଜଣାପଡିଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.