ETV Bharat / state

କେନ୍ଦୁଝରରେ ଫ୍ଲାଇଓଭର ନିର୍ମାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ - କେନ୍ଦୁଝରରେ ଫ୍ଲାଏ ଓଭର ନିର୍ମାଣ ଖବର

ଦୀର୍ଘଦିନ ପରେ କେନ୍ଦୁଝର ଖଣି ପ୍ରଭାବିତ ଅଞ୍ଚଳକୁ ଯାତାୟତ ସୁବିଧା ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟ ବୈଠକରେ ଏନେଇ ସମ୍ମତି ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

କେନ୍ଦୁଝରରେ ଫ୍ଲାଇଓଭର ନିର୍ମାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

author img

By

Published : Nov 12, 2020, 10:24 PM IST

Updated : Nov 12, 2020, 10:35 PM IST

କେନ୍ଦୁଝର: ଖଣି ପ୍ରଭାବିତ ଅଞ୍ଚଳ ଭାବେ ବେଶ୍ ଜଣାଶୁଣା ଯୋଡ଼ା ଓ ବଡ଼ବିଲ ଖଣି ପରିବହନ । ଖଣି ପରିବହନ ହେଉଥିବାରୁ ଉକ୍ତ ଅଞ୍ଚଳର ସମସ୍ତ ରାସ୍ତାଘାଟର ଅବସ୍ଥା ସଙ୍କଟାପନ୍ନ ହୋଇପଡିଛି । ଯାହା ଫଳରେ ଦୀର୍ଘଦିନ ଧରି ଉକ୍ତ ଅଞ୍ଚଳ ଦୁର୍ଘଟଣା ପ୍ରବଣ ଓ ବିଛିନ୍ନାଞ୍ଚଳ ଭାବେ ପରିଗଣିତ ହେଉଛି ।

କେନ୍ଦୁଝରରେ ଫ୍ଲାଇଓଭର ନିର୍ମାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବିଶେଷ କରି ଉକ୍ତ ଅଞ୍ଚଳର ଯୋଡ଼ା ବାମେବାରି ରାସ୍ତା ସଙ୍କଟାପନ୍ନ ହୋଇଥିଲା । ଏହାକୁ ଦୁଇ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରିବା ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା । ଦୀର୍ଘଦିନର ଦାବିକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟ ବୈଠକରେ ସମ୍ମତି ପ୍ରଦାନ କରିଛନ୍ତି । ୨୦୬.୦୨ କୋଟି ବ୍ୟୟ ଅଟକଳ କରି ୪.୮୭୫ କିଲୋମିଟର ରାସ୍ତାକୁ ଫ୍ଲାଇ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ଏହି ଫ୍ଲାଇ ଓଭର ବ୍ରିଜରେ ସର୍ଭିସ ରୋଡ଼, ଆପ୍ରୋଚ ରୋଡ଼, ବୈଦ୍ୟୁତିକ ଓ ଜନସ୍ଵାସ୍ଥ୍ୟ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଆଜି(ଗୁରୁବାର) ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝର ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ଏହି ଫ୍ଲାଇ ଓଭର ବ୍ରିଜ ଜିଲ୍ଲା ଖଣିଜ ପାଣ୍ଠିରୁ ଖର୍ଚ୍ଚ ହେବାକୁ ଥିବାବେଳେ ଓଡିଶା ବ୍ରିଜ କଷ୍ଟ୍ରକସନ କମ୍ପାନୀ ଲିମିଟେଡ଼ ନିର୍ମାଣ କରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ସ୍ଥାନୀୟ ଦରବାର ହଲ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ମନ୍ତ୍ରୀ ଇ ପ୍ରେମାନନ୍ଦ ନାଏକ ଓ ଚମ୍ପୁଆ, ଘଷିପୁରା, ଆନନ୍ଦପୁର ଓ କେନ୍ଦୁଝର ସାଂସଦ ଉପସ୍ଥିତ ରହି ଜିଲ୍ଲାର ଖଣି ଅଞ୍ଚଳର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏହି ରୋଡ଼ ବେଶ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Nov 12, 2020, 10:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.