କେନ୍ଦୁଝର: 3 ଦଫା ଦାବିରେ ତେଲକୋଇ ଲଷ୍ମୀ ନାରାୟଣ ବଣିକ ସଂଘ ପକ୍ଷରୁ ତେଲକୋଇ ବନ୍ଦ ଡାକରା
ଦିଆଯାଇଛି । ଗତକାଲି 12 ଘଣ୍ଟା ପାଇଁ ବନ୍ଦ ଡ଼କରା ଦିଆଯାଇଥିଲା । କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀ ନପହଞ୍ଚିବାରୁ ମଙ୍ଗଳବାର ଏହି ବନ୍ଦକୁ ବଢ଼େଇ ଦିଆଯାଇଛି ।
ତେଲକୋଇରେ ଅଘୋଷିତ ବିଦୂତ କାଟ, ପୂର୍ତ୍ତ ବିଭାଗର ନିର୍ମାଣାଧୀନ ତେଲକୋଇ-କାଞ୍ଜିପାଣି ରାସ୍ତା ସମ୍ପୂର୍ଣ, ତେଲକୋଇ ବଜାର ଦେଇଯାଉଥିବା ଲୁହାପଥର ବୋଝେଇ ଭାରିଯାନ ବନ୍ଦକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଥିଲା ।
ତିନିଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ବନ୍ଦ ବାତିଲ କରିବାକୁ ଲଷ୍ମୀ ନାରାୟଣ ବଣିକ ସଂଘ ସହିତ ଆଲୋଚନା ହୋଇଥିଲେ ମଧ୍ୟ ତାର କୌଣସି ଫଳ ବାହାରି ପାରିନଥିଲା । ଫଳରେ ତେଲକୋଇ ବନ୍ଦ ରହିଛି । ଏହି ବନ୍ଦ ଫଳରେ ଆଜି ସଂପୂର୍ଣ୍ଣ ଗାଡି ମଟର ବନ୍ଦ ସହ ଯାତାୟାତ ଠପ ହୋଇଯାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ