ETV Bharat / state

ପିଲାଙ୍କୁ ଦଣ୍ଡ ଦେଇ ସାର୍ ସସପେଣ୍ଡ - teacher suspended

teacher suspended
ପିଲାଙ୍କୁ ଦଣ୍ଡ ଦେଇ ସସପେଣ୍ଡ ହେଲେ ସାର୍
author img

By

Published : Jan 20, 2020, 9:40 PM IST

Updated : Jan 20, 2020, 10:14 PM IST

21:36 January 20

ପିଲାଙ୍କୁ ଦଣ୍ଡ ଦେଇ ଶିକ୍ଷକ ସସପେଣ୍ଡ

ପିଲାଙ୍କୁ ଦଣ୍ଡ ଦେଇ ସସପେଣ୍ଡ ହେଲେ ସାର୍

କେନ୍ଦୁଝର: ବର୍ବରତାର ସବୁ ସୀମା ଲଙ୍ଘିଲେ ଶିକ୍ଷକ । ପାଠ କହି ନପାରିବାରୁ ଦେଲେ ଅକଥନୀୟ ନିର୍ଯାତନା । ସ୍କୁଲ ବାରଣ୍ଡାରେ ଛାତ୍ରଛାତ୍ରୀଙ୍କୁ ଅଣ୍ଠେଇ ବାଡିରେ ନିର୍ଦ୍ଧୁମ ଛେଚିଲେ ଶିକ୍ଷକ । ଆଉ ଏହି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ପିଟାଟାଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସେହି ସ୍କୁଲର ସାର୍ ରତି ନାରାୟଣ ରାଉତ ପିଲାଙ୍କୁ ନିର୍ଦ୍ଧୁମ ପିଟିଛନ୍ତି । ଯାହାପରେ ସାରଙ୍କୁ ସସପେଣ୍ଡ କରାଯାଇଛି । 

ତେବେ ଭିଡିଓ ଭାଇରାଲ୍‌ ହେବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର । ସଂପୃକ୍ତ ପ୍ରଧାନ ଶିକ୍ଷକ ରତିକାନ୍ତ ରାଉତଙ୍କୁ ସସପେଣ୍ଡ କରିଛି ହରିଚନ୍ଦନପୁର ବ୍ଲକ ଶିକାଧିକାରୀ କାର୍ଯ୍ୟାଳୟ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସସପେଣ୍ଡ ସମୟରେ ସେ ମୁଖ୍ୟାଳୟରେ ରହିବେ ।

ସ୍କୁଲର ଶିକ୍ଷକ ରତି ନାରାୟଣ ରାଉତ ପାଠ ପଢାଉଥିବା ବେଳେ ପିଲାମାନେ ପ୍ରଶ୍ନର ଉତ୍ତର ଦେଇପାରି ନଥିଲେ । ଏହାପରେ ଶିକ୍ଷକ ଜଣଙ୍କ ରାଗିଯାଇ ୧୦ରୁ ୧୨ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବାରଣ୍ଡାରେ ଆଣ୍ଠେଇ ଦେବା ସହିତ ବାଡିରେ ଛାତ୍ରଛାତ୍ରୀମାନଙ୍କୁ ଅମାନବୀୟ ଭାବେ ନିର୍ଦ୍ଧୁମ ପିଟିଥିଲେ । 

ପିଲାମାନେ କାନ୍ଦି କାନ୍ଦି ଯେତେ ନେହୁରା ହୋଇଥିଲେ ମଧ୍ୟ ଶିକ୍ଷକ ଜଣଙ୍କ ଶୁଣି ନଥିଲେ । ଶିକ୍ଷକ ଯେଉଁଭଳି ଭାବେ ପିଟୁଥିଲେ ତାହାର ଚିତ୍ର ଯେ କେହି ବି ଦେଖିଲେ, ଲୋମ ଟାଙ୍କୁରି ଉଠିବ । ଶିକ୍ଷକ ଏଭଳି କାଣ୍ଡ ଆମ ଶିକ୍ଷା ବ୍ୟବସ୍ଥା ଉପରେ କି ପ୍ରଭାବ ପକାଇବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ଏଘଟଣା ସମ୍ପର୍କରେ ଛାତ୍ରୀମାନେ କାନ୍ଦି କାନ୍ଦି ପ୍ରତିକ୍ରିୟା ଦେଇଛନ୍ତି । ଅନ୍ୟପଟେ ଶିକ୍ଷକଙ୍କୁ ଏନେଇ ପଚାରିବାରୁ ସେ ମଧ୍ୟ ଅଜବ ଉତ୍ତର ଦେଇଥିଲେ । ପିଲା ପାଠ ପଢୁ ନାହାଁନ୍ତି, ଯେତେ କହିଲେ ବି ଶୁଣୁ ନାହାନ୍ତି । ତେଣୁ ନପିଟିଲେ ହେବନି ବୋଲି କହିଛନ୍ତି ସମ୍ପୃକ୍ତ ଶିକ୍ଷକ । 

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ 

Intro:କେନ୍ଦୁଝର ହରିଚନ୍ଦନପୁର ବ୍ଲକ ପିଟାଟାଙ୍ଗର ଉଚ୍ଚ ପ୍ରାଥମିକ ସ୍କୁଲରେ ପିଲାଙ୍କୁ ଧାଡ଼ିରେ ଆଣ୍ଠେଇ ନିର୍ଧୂମ ଛେଚିଲେ ଶିକ୍ଷକ, ଭିଡିଓ ହେଲା ଭାଇରାଲ୍‌ ହେବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର। ସଂପୃକ୍ତ ପ୍ରଧାନ ଶିକ୍ଷକ ରତିକାନ୍ତ ରାଉତଙ୍କୁ ସସପେଣ୍ଡ କରିଛି ହରିଚନ୍ଦନପୁର ବ୍ଲକ ଶିକାଧିକାରୀ କାର୍ଯ୍ୟାଳୟ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସସପେଣ୍ଡ ସମୟରେ ସେ ମୁଖ୍ୟାଳୟ ରେ ରହିବେ।Body:KConclusion:
Last Updated : Jan 20, 2020, 10:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.