ETV Bharat / state

ସ୍ଥାୟୀ ଚାକିରି ଦାବିରେ ସଫେଇ କର୍ମଚାରୀଙ୍କ ଅନଶନ

author img

By

Published : Jan 4, 2020, 7:17 PM IST

ସ୍ଥାୟୀ ନିଯୁକ୍ତି ଦାବିରେ ସଫେଇ କର୍ମଚାରୀଙ୍କ ଚାଲିଥିବା ଅନଶନ ଚତୁର୍ଥ ଦିନରେ ପହଞ୍ଚିଛି । ଏପଟେ ସରକାର ସେମାନଙ୍କ ଅଭିଯୋଗ ନ ଶୁଣିଲେ ଆତ୍ମାହୁତି ଦେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

strike in keonjhar
ସ୍ଥାୟୀ ଚାକିରି ଦାବିରେ ସଫେଇ କର୍ମଚାରୀଙ୍କ ଅନଶନ

କେନ୍ଦୁଝର: ସ୍ଥାୟୀ ନିଯୁକ୍ତି ଦାବିରେ ଅନଶନରେ ବସିଛନ୍ତି ସଫେଇ କର୍ମଚାରୀ । ଜିଲ୍ଲା ମୁଖ୍ୟଚିକିତ୍ସାଳୟରୁ ଛଟେଇ ହୋଇଥିବା 15ଜଣ ସଫେଇ କର୍ମଚାରୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଅଧିକାରୀଙ୍କ କାର୍ଯ୍ୟାଳୟରେ 4ଦିନ ହେବ ଅନଶନରେ ବସିଛନ୍ତି ।

ସ୍ଥାୟୀ ଚାକିରି ଦାବିରେ ସଫେଇ କର୍ମଚାରୀଙ୍କ ଅନଶନ

ସେମାନଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ୧୨ ବର୍ଷ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କଲୁ । ନିଯୁକ୍ତି ସମୟରେ ଚାକିରୀ ସ୍ଥାୟୀ ହେବ ବୋଲି କହିଥିଲେ । କିନ୍ତୁ ବର୍ତ୍ତମାନ ନୂତନ ଆଇନ ଅନୁଯାୟୀ ରୋଗୀ କଲ୍ୟାଣ ସମିତି ଅଧିନରେ ଥିବା ଚାକିରିରୁ ଛଟେଇ କରାଗଲା । ଏବେ ଏନଆରଏଚଏମ ଦ୍ବାରା ନିର୍ମଳ ଯୋଜନା ରେ ମଧ୍ୟ ଅସ୍ଥାୟୀ ଭାବେ ଚାକିରି କରିବାକୁ କୁହାଯାଉଛି । ଅନ୍ୟପଟେ ଉକ୍ତ ନିର୍ମଳ ଯୋଜନାକୁ କାର୍ଯ୍ୟକାରୀ କରୁଥିବା ସଂସ୍ଥା ଆମକୁ ରଖିବାକୁ ମନା କରୁଥିବାରୁ ଆମେ ଅନଶନରେ ବସିଛି ।

ଯେ ପର୍ଯ୍ୟନ୍ତ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ନ ମିଳିଛି ଏଭଳି ଧାରଣା ଚାଲୁ ରହିବ ବୋଲି ସେମାନେ କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଚର୍ତୁଥ ଦିନରେ ଅନସନରେ ବସିଲେ ସଫେଇ କର୍ମଚାରୀBody:ଆଙ୍କର - ୧୨ ବର୍ଷ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କଲୁ । ନିଯୁକ୍ତି ସମୟରେ ଚାକିରୀ ପରମାନେଟ ହେବ ବୋଲି କହିଥିଲେ । କିନ୍ତୁ ବର୍ତ୍ତମାନ ନୂତନ ଆଇନ ଅନୁଯାୟୀ ରୋଗୀ କଲ୍ୟାଣ ସମିତି ଅଧୀନରେ ଥିବା ଚାକିରୀରୁ ଛଟେଇ କରାଗଲା । ଏବେ ଏନଆରଏଚଏମ ଦ୍ୱାରା ନିର୍ମଳ ଯୋଜନା ରେ ମଧ୍ୟ ଟେମ୍ପରାରୀ ଚାକିରୀ କରିବାକୁ କୁହାଯାଉଛି । ଉକ୍ତ ନିର୍ମଳ ଯୋଜନାକୁ କାର୍ଯ୍ୟକାରୀ କରୁଥିବା ସଂସ୍ଥା ଆମକୁ ରଖିବାକୁ ମନା କରୁଛି । ତେଣୁ ଆମେ ସ୍ଥାୟୀ ନିଯୁକ୍ତି ଦାବିରେ ଅନସନ ଆରମ୍ଭ କରୁଛୁ । ଏଭଳି ଅଭିଯୋଗ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୪ ଦିନ ଧରି ଆମରଣ ଅନଶନରେ ବସିଛନ୍ତି ୧୫ ଜଣ ସଫେଇ କର୍ମଚାରୀ । ଜିଲ୍ଲାପାଳ ଙ୍କ ଠାରୁ 5ଟି ସଚିବ ପର୍ଯ୍ୟନ୍ତ ଜଣେଇ ଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଅନଶନକାରୀ । ସ୍ଥାୟୀ ନିଯୁକ୍ତି ନମିଳିଲା ପର୍ଯ୍ୟନ୍ତ ଏଭଳି ଅନଶନ ଜାରୀ ରହିବ ବୋଲି କହିଛନ୍ତି ଅନଶନକାରୀ । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପଚାରିବାରୁ ସେମାନେ ନୂତନ ଯୋଜନା ଅନୁଯାୟୀ କାର୍ଯ୍ୟ କରିବାକୁ ରାଜିହେଲେ କିଛି ସାହାଯ୍ୟ କରିହେବ ଏବଂ ସେଥିପାଇଁ ପ୍ରଚେଷ୍ଟା ଚାଲିଥିବା ପ୍ରକାଶ କରିଛନ୍ତି ।

ବାଇଟ-୧-ବିଜୟ ବଳ ( ଅନସନକାରୀ)

ବାଇଟ-୨- ପଦ୍ମିନୀ ମୁଖୀ ( ଅନସନକାରୀ)

ବାଇଟ-୩- ଅଶୋକ ଦାସ ( ଜିଲ୍ଲା ଚିକ୍ଷ ଅଧିକାରୀ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.