ETV Bharat / state

ସ୍ବୟଂଶାସିତ କଲେଜରେ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

author img

By

Published : Apr 16, 2021, 2:23 PM IST

କେନ୍ଦୁଝରର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କଲେଜରେ ହେବାକୁ ଥିବା ପରୀକ୍ଷାକୁ ବନ୍ଦ ଦାବି ନେଇ ଧାରଣାକୁ ଓହ୍ଲାଇଛନ୍ତି ।

ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

କେନ୍ଦୁଝର: ରାଜ୍ୟରେ ଦିନକୁ ଦିନ କୋରୋନା ଗ୍ରାଫ ଉପର ମୁହାଁ ଥିବାବେଳେ କେନ୍ଦୁଝର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶତକ ଛୁଇଁଛି । ଆଉ ଏଭଳି ସ୍ଥିତିରେ ସାରା ରାଜ୍ୟରେ ସରକାରୀ ସ୍କୁଲ ଓ କଲେଜରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ମାତ୍ର କେନ୍ଦୁଝରର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କଲେଜରେ ହେବାକୁ ଥିବା ପରୀକ୍ଷାକୁ ବାତିଲ ଦାବିରେ ଧାରଣାକୁ ଓହ୍ଲାଇଛନ୍ତି ।

ବିଦ୍ୟାର୍ଥୀଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ନିୟମ ଘୋଷଣା କରିଥିବାବେଳେ ଆଜି(ଶୁକ୍ରବାର) କେନ୍ଦୁଝର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଧାରଣାକୁ ଓହ୍ଲାଇଛନ୍ତି । ଏହି ମହାବିଦ୍ୟାଳୟର 4ଜଣ ଛାତ୍ରଛାତ୍ରୀ କୋରୋନା ପଜେଟିବ ଚିହ୍ନଟ ହେବା ପରେ ଏଠାରେ ଭୟର ବାତାବରଣ ଦେଖାଦେଇଛି ।

ଏହି ମହାମାରୀ ଜନିତ ଭୟ କାରଣରୁ କଲେଜରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରିବା କିମ୍ବା ଅନଲାଇନରେ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ଏନେଇ ଶୁକ୍ରବାର କଲେଜ ଫାଟକରେ ତାଲା ପକାଇ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ଛାତ୍ରଛାତ୍ରୀ ।

ଏହାସହ ଏକ ଦାବିପତ୍ର କଲେଜ ଅଧ୍ୟକ୍ଷଙ୍କୁ ଦେବାଦେଇ ଥିବାବେଳେ ପରୀକ୍ଷା ବାତିଲ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ପ୍ରତ୍ୟାହୃତ ନକରିବାକୁ ଚେତାବନୀ ଦେଇଥିଲେ ଛାତ୍ରଛାତ୍ରୀ । ଘଟଣାସ୍ଥଳକୁ କଲେଜ ଅଧକ୍ଷ ପହଞ୍ଚି ପରୀକ୍ଷା ବାତିଲ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ସାମୟିକ ସ୍ଥଗିତ ରଖିଛନ୍ତି ଛାତ୍ରଛାତ୍ରୀ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.