ETV Bharat / state

ପରୀକ୍ଷାଫଳ ତ୍ରୁଟି ନେଇ ସରକାରୀ ମହାବିଦ୍ୟାଳୟରେ ଅସନ୍ତୋଷ - ସରକାରୀ ମହାବିଦ୍ୟାଳୟ

ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷର ପରୀକ୍ଷା ଫଳ ପ୍ରକାଶ ପାଇଛି । ହେଲେ ବିଶ୍ବବିଦ୍ୟାଳୟ ଅଧିନରେ ଥିବା ସରକାରୀ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ପରୀକ୍ଷାଫଳ ନୈରାଶ୍ୟ ଜନକ ହୋଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Jun 13, 2019, 7:04 PM IST

କେନ୍ଦୁଝର: ବୁଧବାର ପ୍ରକାଶ ପାଇଛି ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷ ପରୀକ୍ଷା ଫଳ । ସରକାରୀ ମହିଳାବିଦ୍ୟାଳୟର ପରୀକ୍ଷା ଫଳରେ ତ୍ରୃଟି ହୋଇଥିବା ଅଭିଯୋଗ କରିଛନ୍ତି କଲେଜର ଛାତ୍ରୀ । ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଇଣ୍ଟରନାଲ ପରୀକ୍ଷା ଫଳ ବାହାରି ନଥିବା ବେଳେ ଅଧିକାଂଶ ଛାତ୍ରୀଙ୍କୁ ଫେଲ କରି ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ବିଶେଷ କରି ବିଜ୍ଞାନ ପରୀକ୍ଷା ଫଳରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ଏଥିସହ ସଂସ୍କୃତ, ସୋସିଓଲୋଜି, ଗଣିତ ଆଦି ପରୀକ୍ଷାରେ ଏହା ମଧ୍ୟ ତ୍ରୁଟି ହୋଇଛି । ଏହି ତ୍ରୁଟି ଯୋଗୁଁ ଶହ ଶହ ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ ଚାଲିଯାଇଛି । ଏନେଇ ଛାତ୍ରୀମାନେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି । ତେବେ ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ପଚରାଯିବାରୁ ସେ ବିଶ୍ବବିଦ୍ୟାଳୟକୁ ଜଣାଇଥିବା କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

GSG

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.