ETV Bharat / state

ଚୋରା ମହୁଲ ଗାଡି ଜବତ, ପୋଲିସ ଓ ଅବକାରୀ ବିଭାଗ ମଧ୍ୟରେ ଛକାପଞ୍ଝା

କେନ୍ଦୁଝରରେ ଏକ ଶୀତଳ ଭଣ୍ଡାର ପରିସରରୁ ଚୋରା ମହୁଲ ଗାଡି ଜବତ ହେବାପରେ ପୋଲିସ ଓ ଅବକାରୀ ବିଭାଗ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jun 9, 2020, 7:09 PM IST

stolen-mahul-vehicle-was-seized-police-and-excise-department-in-keonjhar
ଚୋରା ମହୁଲ ଗାଡି ଜବତ, ପୋଲିସ ଓ ଅବକାରୀ ବିଭାଗ ମଧ୍ୟରେ ଛକା ପଞ୍ଝା

କେନ୍ଦୁଝର: ଶୀତଳ ଭଣ୍ଡାର ପରିସରରୁ ଚୋରା ମହୁଲ ଗାଡି ଜବତ । ଆଉ ଏହାପରେ ପୋଲିସ ଓ ଅବକାରୀ ବିଭାଗ ମଧ୍ୟରେ ଛକାପଞ୍ଝା ଜାରି । ଲକଡାଉନ ଯୋଗୁଁ ଦେଶୀ ମଦ କାରବାର ବୃଦ୍ଧି ପାଇଥିଲା ।

କେନ୍ଦୁଝର ସଦର ପୋଲିସ ପକ୍ଷରୁ ଖବର ପାଇ ଶଙ୍କରପୁର ଠାରେ ଥିବା ଏକ ଶୀତଳ ଭଣ୍ଡାର ପରିସରରୁ ଏକ ଚୋରା ମହୁଲ ଟ୍ରକ ଜବତ କରିଛି ଅବକାରୀ ବିଭାଗ । ଏହି ମହୁଲ ଟ୍ରକରୁ ୪୦୦ ବସ୍ତା ମହୁଲ ଜବତ କରିଥିବା ଅବକାରୀ ବିଭାଗ ପ୍ରକାଶ କରିଛି । ଏହି ମହୁଲ ବସ୍ତା ସହ ଟ୍ରକ ଓ ୨ ଜଣକୁ ଗିରଫ କରିଥିବା ଅବକାରୀ ବିଭାଗ ପ୍ରକାଶ କରିଛି । ହେଲେ ଏହି ଘଟଣାକୁ ନେଇ ଅବକାରୀ ବିଭାଗ ପୁଲିସ ମଧ୍ୟରେ ଦ୍ଵନ୍ଦ୍ବ ଉପୁଜିଛି । ଏହି ଚଢ଼ାଉରେ ପୋଲିସ ଠାରୁ ଖବର ପାଇ ଅବକାରୀ ବିଭାଗ ତଦନ୍ତ ଜାରି ରଖିଥିବା ପ୍ରକାଶ କରିଥିବା ବେଳେ ଅବକାରୀ ବିଭାଗ ସେମାନଙ୍କୁ ଡାକିଥିବା କହିଛି ପୋଲିସ ।

ଅନ୍ୟ ପକ୍ଷରେ ଜବତ ହୋଇଥିବା ଟ୍ରକର ଡ୍ରାଇଭର କହିବା ଅନୁସାରେ ପୋଲିସ ପ୍ରଥମେ ଗାଡି ଅଟକାଇ ୫୦ ବସ୍ତା ମହୁଲ ଓହ୍ଲାଇ ଶୀତଳ ଭଣ୍ଡାରରେ ରଖିବା ପରେ ଅବକାରୀ ବିଭାଗକୁ ଖବର ଦେଇଥିଲା । ଏହି ଘଟଣା କୁ ନେଇ ପୋଲିସ ଓ ଅବକାରୀ ବିଭାଗ ମଧ୍ୟରେ ତାଳ ମେଳ ରହୁନଥିବା ବେଳେ ଏନେଇ ଶୀତଳ ଭଣ୍ଡାର ମଧ୍ୟରେ କେଉଁ କାରଣରୁ ଗାଡି ଜବତ ହେଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦୁଇ ଜଣକୁ ଅବକାରୀ ବିଭାଗ କୋର୍ଟ ଚାଲାଣ କରିଥିବା ବେଳେ ଶୀତଳ ଭଣ୍ଡାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ କଣ ପଦକ୍ଷେପ ହେଉଛି ଦେଖିବା ବାକି ରହିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.