ETV Bharat / state

ଶୁଭଶ୍ରୀଙ୍କ ବୟଫ୍ରେଣ୍ଡକୁ ଖୋଜିବ ପୋଲିସର ସ୍ୱତନ୍ତ୍ର ଟିମ

author img

By

Published : Jan 3, 2023, 6:24 PM IST

ମହିଳା ଡାକ୍ତରଙ୍କ ମୃତ୍ୟୁ ଘଟଣା ପରେ ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଖୋଜୁଛି ପୋଲିସ । ଅଧିକ ପଢନ୍ତୁ

special police team
special police team
special police team

କେନ୍ଦୁଝର: ମହିଳା ଡାକ୍ତରଙ୍କ ମୃତ୍ୟୁ ଘଟଣା । ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ଆତ୍ମହତ୍ୟା ପରେ ଏବେ ପୋଲିସ ଖୋଜୁଛି ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଦିବ୍ୟ ରଞ୍ଜନ ମାଝୀଙ୍କୁ । ଯାହାକୁ ନେଇ ପୋଲିସ ଏବେ ଏକ ସ୍ଵତନ୍ତ୍ର ଟିମ ଗଠନ କରି ଖୋଜା ଖୋଜି ଆରମ୍ଭ କରିଛି । ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦର ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ବଢିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କହିଛନ୍ତି ।

ପ୍ରକାଶ ଯେ, ସରକାରଙ୍କ ନିରାମୟ ଯୋଜନାରେ ଯୋଡା ପୌରାଞ୍ଚଳର ବନେଇକଳାଠାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ ଡାକ୍ତର ଶୁଭଶ୍ରୀ କର । ତାଙ୍କ ନିଜ ଘର କଟକ ଜିଲ୍ଲା ନିଆଳିରେ । ସେ ସ୍ୱାସ୍ଥ୍ୟ କେନ୍ଦ୍ରର ଉପର ମହଲାରେ ରହୁଥିବାବେଳେ ସେ ଗତକାଲି ମେଡିକାଲକୁ ଆସିନଥିଲେ । ମେଡିକାଲର ଅନ୍ୟ କର୍ମଚାରୀ ଖୋଜାଖୋଜି ପରେ ମଧ୍ୟ କୌଣସି ଖୋଜ ଖବର ମିଳିନଥିଲା । ଶେଷରେ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ ସହ କର୍ମଚାରୀ ।

ଏନେଇ ବଡବିଲ ତହସିଲଦାରଙ୍କ ଉପସ୍ଥିତିରେ ପୋଲିସ ଘରର କବାଟ ଭାଙ୍ଗି ଶୁଭଶ୍ରୀଙ୍କୁ ଖଟ ଉପରେ ପଡିଥିବା ପାଇଥିଲେ। ଏନେଇ ଘଟଣା ସ୍ଥଳରେ ତାଙ୍କୁ ତୁରନ୍ତ ଯୋଡା ସ୍ଥିତ ଟାଟା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଥିସହ ତାଙ୍କର ଗତକାଲି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ହୋଇଥିବା ବେଳେ ଆତ୍ମହତ୍ୟା କି ହତ୍ୟା ଏପର୍ଯ୍ୟନ୍ତ କିଛି ସୂଚନା ମିଳି ପାରିନାହିଁ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.