ETV Bharat / state

କୋରୋନା କଟକଣାରେ କେମିତି ଚାଲିଛି ଜନଶୁଣାଣି ? - କେନ୍ଦୁଝର

କୋରୋନା କଟକଣାରେ କେମିତି ଚାଲିଛି ଜନ ଶୁଣାଣି । ସଂକ୍ରମଣ କାଳରେ ଅଭିଯୋଗ ଶୁଣୁଛନ୍ତି ତ ଜିଲ୍ଲା ପ୍ରଶାସନ । ସମସ୍ୟାର ସମାଧାନ ହେଉଛି ନା ପାଚେରୀ ସାଜିଛି କୋରୋନା ଡର । ଏନେଇ ପଢନ୍ତୁ ଆମର ସ୍ବତନ୍ତ୍ର ରିପୋର୍ଟ...

କୋରୋନା କଟକଣାରେ କେମିତି ଚାଲିଛି ଜନଶୁଣାଣି
କୋରୋନା କଟକଣାରେ କେମିତି ଚାଲିଛି ଜନଶୁଣାଣି
author img

By

Published : Aug 30, 2020, 3:37 PM IST

କେନ୍ଦୁଝର: ମହାମାରୀ କୋରୋନା ବଦଳାଇଛି ସ୍ବାଭାବିକ ଜୀବନ ଶୈଳୀ । ଲକଡାଉନ, ସଟଡାଉନ ଓ ସାମାଜିକ ଦୂରତାର ମାପ କାଠିରେ ଚାଲିଛି କୋରୋନା ମୁକାବିଲା । ଜନଗହଳି ଏଡାଇବାକୁ ଯାଇ ସାମୁହିକ ଜନ ଶୁଣାଣିକୁ ବନ୍ଦ କରିଛି ପ୍ରଶାସନ । ହେଲେ ଲୋକଙ୍କ ସମସ୍ୟା ପାଇଁ ଆପଣାଇଛି ନୂତନ ବିକଳ୍ପ । ବିଭିନ୍ନ ଅଫିସ ସମ୍ମୁଖରେ ଗ୍ରୀଭାନ୍ସ ବାକ୍ସର ବ୍ୟବସ୍ଥା କରାଯାଇଛି । ଯାହାର ଯେଉଁ ଅଭିଯୋଗ ଏହି ବାକ୍ସରେ ପକେଇ ଦେଇଯାଉଛନ୍ତି । ତଥାପି ନିଜର ସମସ୍ୟା ଜଣାଇବା ପାଇଁ କେନ୍ଦୁଝର ଜିଲ୍ଲାର ଗାଁ ଗଣ୍ଡାର ଲୋକେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଧାଇଁ ଆସୁଛନ୍ତି ।

କୋରୋନା କଟକଣାରେ କେମିତି ଚାଲିଛି ଜନଶୁଣାଣି

ଲକଡାଉନ ପରେ ସ୍ଥିତି ସାମାନ୍ୟ କରିବାକୁ ଅନଲକ ପ୍ରକ୍ରିୟାରେ ଖୋଲିଛି ଅଫିସ । ହେଲେ ଏବେ ସଂକ୍ରମଣ କମି ନଥିବାରୁ କମ୍‌ ସଂଖ୍ୟକ କର୍ମଚାରୀ କାର୍ଯ୍ୟାଳୟକୁ ଆସୁଛନ୍ତି । ଫଳରେ ପୂର୍ବ ପରି ଜନ ଶୁଣାଣି ସମ୍ଭବ ନୁହେଁ । ତେଣୁ ଗ୍ରୀଭାନ୍ସ ବାକ୍ସର ବ୍ୟବସ୍ଥା କରାଯାଇଛି । ହେଲେ ଅଭିଯୋଗ ବାକ୍ସ ମାଧ୍ୟମରେ ସମସ୍ୟା ସମାଧାନ ହେବ ନାହିଁ ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ସାମାଜିକ ଦୂରତା ରକ୍ଷା କରି ପ୍ରତ୍ୟକ୍ଷ ଭାବେ ଜିଲ୍ଲାପ୍ରଶାସନ ଅଧିକାରୀ ସମସ୍ୟାର ସମାଧାନ କରିବାକୁ ସାଧାରଣ ଲୋକେ ଦାବି କରିଛନ୍ତି । ଅନ୍ୟପଟେ ଅଭିଜ୍ଞ ଅଧିକାରୀଙ୍କ ଦ୍ବାରା ସମସ୍ୟାର ସମାଧାନ କରାଯାଉଥିବା ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି ।

ସେପଟେ କୋରୋନା ପାଇଁ ଜନ ଶୁଣାଣି କରିବାକୁ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥାରେ ଆଜି ପର୍ଯ୍ୟନ୍ତ ପ୍ରଶାସନ କେତେ ଅଭିଯୋଗ ଶୁଣିଛନ୍ତି ଓ କେତେ ସମାଧାନ ହୋଇଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.