ETV Bharat / state

MSCBର ଦ୍ବିତୀୟ କ୍ୟାମ୍ପସ ନିଷ୍ପତ୍ତି, ଧରଣୀଧର ବିଶ୍ବବିଦ୍ୟାଳୟକୁ ହେବ ହସ୍ତାନ୍ତର

କେନ୍ଦୁଝର ସ୍ଥିତ ଧରଣୀଧର ବିଶ୍ବବିଦ୍ୟାଳୟରେ ମିଶିବ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହେଲା ପ୍ରକ୍ରିୟା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 1, 2023, 4:09 PM IST

Maharaja Sriram Chandra Bhanja Deo university

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲାର ସୁଲେଇଖମାରରେ ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସକୁ ଧରଣୀଧର ବିଶ୍ବବିଦ୍ୟାଳୟକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଆରମ୍ଭ ହୋଇଛି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା । କେନ୍ଦୁଝର ଠାରେ ଥିବା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ପାଇଁ ମଞ୍ଜୁର ହୋଇଥିବା ସମସ୍ତ ପଦବୀ ଡିଡି ବିଶ୍ବବିଦ୍ୟାଳୟକୁ ସ୍ଥାନାନ୍ତର ‌କରାଯିବ ।

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସରେ ନାମ ଲେଖାଇଥିବା ସମସ୍ତ ଛାତ୍ରଛାତ୍ରୀ ପାଠ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଅଧୀନରେ ରହିବେ । ୨୦୨୩-୨୪ ଶିକ୍ଷାବର୍ଷରୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସରେ କୌଣସି ନାମଲେଖା ହେବ ନାହିଁ । ଯେଉଁ ଛାତ୍ରଛାତ୍ରୀ ନାମ ଲେଖାଇବେ ତାହା କେବଳ ଧରଣୀଧର ବିଶ୍ବବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ହେବ । ଧରଣୀଧର ବିଶ୍ବବିଦ୍ୟାଳୟକୁ ବାଛିଥିବା ଏମଏସସିବି ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସର ଶିକ୍ଷାଦାନ ଦେଉଥିବା ଅଧ୍ୟାପିକାମାନେ ଧରଣୀଧର ବିଶ୍ବବିଦ୍ୟାଳୟରେ ଖାଲି ଥିବା ପଦବୀରେ ରହିବେ।

ଏହା ବି ପଢନ୍ତୁ- ରମାଦେବୀ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ପ୍ରସଙ୍ଗ, ଖୁବଶୀଘ୍ର ସମାଧାନ ହେବ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଓଡିଆର ଜଣେ ଅଧ୍ୟାପକ ଯିଏ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟକୁ ଯିବାକୁ ଇଚ୍ଛା କରିଥିଲେ, କିନ୍ତୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ଓଡିଆର କୌଣସି ପଦବୀ ନ ଥିବାରୁ ସେ ଧରଣୀଧର ବିଶ୍ବବିଦ୍ୟାଳୟରେ ଅବଶୋଷିତ ହୋଇ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ନିୟୋଜିତ ହୋଇପାରନ୍ତି । ମହାରାଜା ଶ୍ରୀରାମ ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସରେ ୨୦୨୩ରୁ ୨୪ ପର୍ଯ୍ୟନ୍ତ କୌଣସି ନୂତନ ଆଡମିଶନ କରାଯିବ ନାହିଁ । ଏହି ପରିସରରେ ନୂତନ ଆଡମିଶନ କେବଳ ଡିଡି ବିଶ୍ବବିଦ୍ୟାଳୟ ଅଧୀନରେ କରାଯିବ ।

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ନାମଲେଖା ପକ୍ରିୟା କରିବେ । ତେବେ ଦ୍ବିତୀୟ କ୍ୟାମ୍ପସର ସମସ୍ତ ଅଫିସିଆଲ ଫାଇଲ୍, ରେକର୍ଡ, ଡକ୍ୟୁମେଣ୍ଟ ଡିଡି ବିଶ୍ବବିଦ୍ୟାଳୟକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ହୋଇଛି । ସୂଚନା ଅନୁଯାୟୀ ରାଜ୍ୟରେ ଯୁକ୍ତ ତିନି ଏବଂ ଯୁକ୍ତ ଦୁଇ କଲେଜ ଅଲଗା ନେଇ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଛି । ଏମିତିକି ଭୁବନେଶ୍ଵରର ରମାଦେବୀ ବିଶ୍ଵବିଦ୍ୟାଳୟରୁ ଯୁକ୍ତ ଦୁଇ ଅଲଗା ହୋଇ ୟୁନିଟ୍ ୯ ବାଳିକା ସ୍କୁଲରେ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ଏଭଳି କି ସମ୍ବଲପୁରରେ ଥିବା ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରୁ ମଧ୍ୟ ଯୁକ୍ତ ଦୁଇ ଅଲଗା ନେଇ ଉଚ୍ଚଶିକ୍ଷା ବିଭାଗ ବିଚାର ବିମର୍ଶ ଆରମ୍ଭ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.