ETV Bharat / state

ସଟତୀରାର ‘ସଞ୍ଜୁଲତା’; ସାହସ ଆଗରେ ଫିକା ପଡେ ବିଧିର ବିଧାନ

author img

By

Published : Mar 8, 2020, 8:47 PM IST

ପ୍ରତିଦିନ ସକାଳ ହେଲେ ସଞ୍ଜୁଲତାଙ୍କ କମାରଶାଳରୁ ଶୁଭେ ଠକ ଠକ ଶବ୍ଦ । ଗରମ ଲୁହାରେ ଲୁହାକୁ ବାଡେଇ ସଞ୍ଜୁଙ୍କ ହାତରୁ ପ୍ରସ୍ତୁତ ହୁଏ ଲୁହାର ବିଭିନ୍ନ ସରଞ୍ଜାମ । ପୁରୁଷ ପ୍ରଧାନ ଜୀବିକାକୁ ଆପଣାଇ କଷ୍ଟ ଅର୍ଜିତ ଧନରେ ଯେଣ ତେଣ ପ୍ରକାରେ ଗତ 20 ବର୍ଷ ହେବ ଘର ଚଳାଇ ଆସୁଛନ୍ତି ସଞ୍ଜୁଲତା ।

Satttira's Sanjulata, anandpur womens day special, anandpur latest news, sanjulata parida, womens day, ମୁଁ ନାରୀ, ଅନ୍ତର୍ଜାତୀୟ ମହିଳା ଦିବସ, ଆନନ୍ଦପୁର ଲାଟେଷ୍ଟ ନ୍ୟୁଜ୍‌, ଆନନ୍ଦପୁର ମହିଳା ଦିବସ ନ୍ୟୁଜ୍‌, ସଟତୀରାର ସଞ୍ଜୁଲତା
ସଟତୀରାର ‘ସଞ୍ଜୁଲତା’; ସାହସ ଆଗରେ ଫିକା ପଡେ ବିଧିର ବିଧାନ

ଆନନ୍ଦପୁର: ନା ସେ ଅବଳା, ନା ସେ ଦୁର୍ବଳା । ପରିସ୍ଥିତିର ବୋଝରେ ନଇଁନି ସେ । କି ଦୁଃଖରେ ଭାଙ୍ଗିନି ସେ । ଯେତେ ବଡ ଝଡ ଝଞ୍ଜା ଆସୁ ନା କାହିଁକି, ହସି ହସି ସହିଛି ସେ । ଏପରି ଜଣେ ଅଦମ୍ୟ ଇଚ୍ଛା ଶକ୍ତିରେ ଭରପୂର ନାରୀ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ମଦନପୁର ପଞ୍ଚାୟତର ସଟତୀରା ଗାଁର ସଞ୍ଜୁଲତା ପରିଡା । ସ୍ବାମୀ ଓ ବାପାଙ୍କୁ ହରାଇବା ପରେ ପାଞ୍ଚ ପ୍ରାଣୀ କୁଟୁମ୍ବର ପ୍ରତିପୋଷଣ ଭାର ଉଠାଇଛନ୍ତି ସେ । ଆଉ ଝିଅଟିଏ ହୋଇ ବି କଅଁଳ ହାତରେ ଧରିଛନ୍ତି ବାପାଙ୍କ କମାରଶାଳର ବୋଝ ।

ପ୍ରତିଦିନ ସକାଳ ହେଲେ ସଞ୍ଜୁଲତାଙ୍କ କମାରଶାଳରୁ ଶୁଭେ ଠକ ଠକ ଶବ୍ଦ । ଗରମ ଲୁହାରେ ଲୁହାକୁ ବାଡେଇ ସଞ୍ଜୁଙ୍କ ହାତରୁ ପ୍ରସ୍ତୁତ ହୁଏ ଲୁହାର ବିଭିନ୍ନ ସରଞ୍ଜାମ । କଷ୍ଟ ଅର୍ଜିତ ଧନରେ ଯେଣ ତେଣ ପ୍ରକାରେ ଗତ 20 ବର୍ଷ ହେବ ଘର ଚଳାଇ ଆସୁଛନ୍ତି ସଞ୍ଜୁଲତା । ଆଉ ସୃଷ୍ଟି କରିଛନ୍ତି ଅନ୍ୟଙ୍କ ପାଇଁ ଉଦାହରଣ । ହେଲେ ସଞ୍ଜୁଙ୍କ ଏହି ସଂଘର୍ଷ ପଛରେ ରହିଥିଲା ଦଇବର କିଛି ଏପରି ଗତି ଯେଉଁଥିପାଇଁ ବାଧ୍ୟ ହୋଇ କମାରଶାଳକୁ ସେ ଆପଣାଇ ନେଇଥିଲେ ।

22 ବର୍ଷ ପୂର୍ବେ ହାତକୁ ଦି ହାତ ହୋଇଥିଲେ ସଞ୍ଜୁଲତା । ହେଲେ ଭାଗ୍ୟର ବିଡମ୍ବନା, ବିବାହର ମାତ୍ର 2ବର୍ଷ ପରେ ଆରପାରିକୁ ଚାଲିଯାଇଥିଲେ ସ୍ବାମୀ । ଏମିତିରେ ଶାଶୂ ଘରର ଆର୍ଥିକ ଦୁଃସ୍ଥିତି ଦେଖି 6ମାସର ଝିଅକୁ ନେଇ ବାପ ଘରକୁ ଚାଲିଆସିଥିଲେ । ହେଲେ 5 ବର୍ଷ ପୂର୍ବେ ବାପା ବି ତାଙ୍କୁ ଏକା କରି ଆରପାରିକୁ ଚାଲି ଯାଇଥିଲେ । ଫଳରେ ବଡ ଝିଅ ଭାବେ ପରିବାରର ଦାୟିତ୍ବ ମୁଣ୍ଡାଇ ନେଇଥିଲେ ସଞ୍ଜୁଲତା । ବାପା ଛାଡିଯାଇଥିବା କମାରଶାଳରେ ଦିନ ରାତି ପରିଶ୍ରମ କରି ଦୁଇ ଭଉଣୀଙ୍କ ବିବାହ କରାଇବା ସହ ଝିଅର ପାଠପଢା ଖର୍ଚ୍ଚ ମଧ୍ୟ ତୁଲାଉଛନ୍ତି ସେ ।

ହେଲେ ଆଜି ଯାଏଁ ଆର୍ଥିକ ସ୍ଥିତି ଏତେ ବି ସ୍ବଚ୍ଛଳ ହୋଇପାରିନାହିଁ । ଫଳରେ ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାୟୀ ଘରଟିଏ ବି କରି ପାରିନାହାନ୍ତି ସଞ୍ଜୁ । ଏମିତିରେ ଯଦି ତାଙ୍କୁ ପ୍ରଶାସନିକ ସ୍ତରରେ କିଛି ପ୍ରୋତ୍ସାହନ ମିଳିପାରନ୍ତା ତାହେଲେ ହୁଏତ ଆଉ ଟିକେ ସୁଦୃଢ ହୋଇପାରନ୍ତା ତାଙ୍କ ମନୋବଳ ଓ ସଲଖି ଯାଆନ୍ତା ପରିବାରର ମେରୁଦଣ୍ଡ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.