ETV Bharat / state

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରପଞ୍ଚ ମନୋନୀତ !

ନିର୍ବାଚନ ପୂର୍ବରୁ ସରପଞ୍ଚ ମନୋନୀତ କରାଯାଇଥିବା ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରରେ । ଏହା ବିରୋଧରେ ଲୋକେ ଅଦାଲତର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ଅଧିକ ପଢନ୍ତୁ...

author img

By

Published : Oct 29, 2021, 11:42 AM IST

ନିର୍ବାଚନ ପୂର୍ବରୁ ସରପଞ୍ଚ ମନୋନୀତ !
ନିର୍ବାଚନ ପୂର୍ବରୁ ସରପଞ୍ଚ ମନୋନୀତ !

ଆନନ୍ଦପୁର: ନିର୍ବାଚନ ପୂର୍ବରୁ ସରପଞ୍ଚ ମନୋନୀତ କରାଯାଇଥିବା ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରରେ । ଜିଲ୍ଲାସ୍ତରୀୟ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ତେଜିଛି ବିବାଦ । ଘସିପୁରା ବ୍ଳକ ଶାଳଦେଇ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଅନୁସୂଚିତ ଜନଜାତି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସମଗ୍ର ପଞ୍ଚାୟତରେ ଜଣେ ମାତ୍ର ଅନୁସୂଚିତ ଜନଜାତି ବର୍ଗର ମହିଳା ମଧ୍ୟ ରହିଛନ୍ତି । କିନ୍ତୁ ଭୋଟ ନ ହୋଇ କିଭଳି ଭାବରେ ସରପଞ୍ଚ ପ୍ରାର୍ଥୀଙ୍କୁ ମନୋନୀତ କରାଗଲା ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ।

ନିର୍ବାଚନ ପୂର୍ବରୁ ସରପଞ୍ଚ ମନୋନୀତ !

ଯାହା ଦ୍ବାରା ଲୋକଙ୍କର ଭୋଟ୍ ଦେବା ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ ହୋଇଛି। ଏହା ବିରୋଧରେ ଲୋକେ ଅଦାଲତର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ଶାଳଦେଇ ପଞ୍ଚାୟତର ୯ଟି ଗାଁରେ ରହିଛି ୧୩ ଟି ୱାର୍ଡ଼। ପଞ୍ଚାୟତର ମୋଟ ଭୋଟର୍ ସଂଖ୍ୟା ୪ ହଜାର ୬ ଶହ ୫୮ ରହିଛି । ପ୍ରଥମ ଥର ପାଇଁ ଏଠାରେ ସରପଞ୍ଚ ପଦବୀ ସଂରକ୍ଷିତ ହୋଇଥିବା ବେଳେ ଗୋଟିଏ ପରିବାରର ଜଣେ ମହିଳାଙ୍କ ପାଇଁ କିଭଳି ଭାବେ ସରପଞ୍ଚ ପଦବୀ ସଂରକ୍ଷିତ ହେଲା । ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.