ଆନନ୍ଦପୁର: ବ୍ଳକର ହରିଡାପାଳ ପଞ୍ଚାୟତରେ ଗୋଟିଏ ଦିନରେ ୧୭ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ପରେ ଗ୍ରାମବାସୀ ଏହାକୁ ନେଇ ଅନେକ ଭୟଭୀତ ହୋଇଥିବା ଦେଖିବାକୁ ମିଳିଛି । ଏଥିପାଇଁ ସ୍ଥାନୀୟ ସରପଞ୍ଚ ସମ୍ପୁର୍ଣ୍ଣ ପଞ୍ଚାୟତକୁ ଆଜି ଠାରୁ ୭ ଦିନ ପାଇଁ ତଥା ଅଗଷ୍ଟ ୨୪ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି । ଏହା ସହିତ ସମସ୍ତେ ଘରେ ରହିବା ସହ ସାମାଜିକ ଦୁରତା ରକ୍ଷାକରି ମୁହଁରେ ମାସ୍କ ପିନ୍ଧି ସୁରକ୍ଷିତ ରହିବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା କରି ପଞ୍ଚାୟତବାସୀଙ୍କୁ ଅନୁରୋଧ କରିଛନ୍ତି ।
ଏଥିସହିତ ଗ୍ରାମରେ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ ଛିଞ୍ଚନ କରାଯାଇଥିଲା, ଏଥିପାଇଁ ସ୍ତାନୀୟ ପୋଲିସ ଷ୍ଟେସନ ଓ ଆନନ୍ଦପୁର ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିବା ସରପଞ୍ଚ ପ୍ରକାଶ କରିଛନ୍ତି।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ