ETV Bharat / state

Bhagabat Tungi Revival: ଗାଁ ଗାଁରେ ଗୁଞ୍ଜରିତ ହେବ ଭାଗବତ ପାଠ, ଅଣ୍ଟାଭିଡିଲେ ସରକାର - ସଂସ୍କୃତିର ପୁନଃ ସ୍ଥାପନ

ସଂସ୍କୃତିକୁ ପୁନଃ ଜୀବିତ କରିବାକୁ ଅଣ୍ଟା ଭିଡିଲେ ରାଜ୍ୟ ସରକାର । ଗାଁ ଗହଳିରେ ଟୁଙ୍ଗୀ ଘରକୁ ପୁନଃ ଜୀବିତ କରିବା ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ସଂସ୍କୃତି ବିଭାଗ ଦ୍ଵାରା ରାଜ୍ୟ ସରକାର । ଅଧିକ ପଢନ୍ତୁ

ଗାଁ ଗାଁ ରେ ଏବେ ଗୁଞ୍ଜରିତ ହେବ ଭାଗବତ ପାଠ, ଅଣ୍ଟା ଭିଡିଲେ ରାଜ୍ୟ ସରକାର

author img

By

Published : Dec 16, 2021, 5:47 PM IST

Updated : Dec 16, 2021, 6:05 PM IST

କେନ୍ଦୁଝର: ପୂର୍ବରୁ ଓଡ଼ିଶାର ଗାଁ ଗଣ୍ଡାରେ ସାଂସ୍କୃତିକ ପରମ୍ପରାର(Cultural traditions) କେନ୍ଦ୍ର ବିନ୍ଦୁ ଥିଲା ଭାଗବତ ଟୁଙ୍ଗୀ(bhagbat tungi) ଘର । ଏହି ଟୁଙ୍ଗୀ ଘରେ ଗ୍ରାମର ସମସ୍ତ ଆଧ୍ୟାତ୍ମିକ କାର୍ଯ୍ୟ ସହ ନ୍ୟାୟ ନିଶାପ ଆଦି ହେଉଥିଲା । ପ୍ରତିଦିନ ସନ୍ଧ୍ୟାରେ ଭାଗବତ ପାଠ ଏହି ଘରେ ହେଉଥିଲା । ଫଳରେ ଗ୍ରାମଗୁଡିକରେ ଆଧ୍ୟାତ୍ମିକ ବିଚାର ଭରି ରହିଥିଲା । କିନ୍ତୁ ସମୟକ୍ରମେ ଏହି ଟୁଙ୍ଗୀ ସଂସ୍କୃତି ଲୋପ ପାଇବାକୁ ବସିଲାଣି । ଏହି ସଂସ୍କୃତିକୁ ପୁନଃ ଜୀବିତ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ।

ଗାଁ ଗାଁ ରେ ଏବେ ଗୁଞ୍ଜରିତ ହେବ ଭାଗବତ ପାଠ, ଅଣ୍ଟା ଭିଡିଲେ ରାଜ୍ୟ ସରକାର

ଏହି ଟୁଙ୍ଗୀ ଘରକୁ ପୁନଃ ଜୀବିତ କରିବା ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ସଂସ୍କୃତି ବିଭାଗ ଦ୍ଵାରା ରାଜ୍ୟ ସରକାର । ସଂସ୍କୃତି ବିଭାଗ ଦ୍ବାରା ପ୍ରତି ଟୁଙ୍ଗୀ ଘରକୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉଛି । ୧୦ ହଜାର ଟଙ୍କାର ମାଇକ ସେଟ ଓ ବ୍ୟାସାସନ ଏବଂ ୪୦ ହଜାର ଟଙ୍କା ବ୍ୟାଙ୍କରେ ଫିକ୍ସ କରାଯାଉଛି । ଆଜି କେନ୍ଦୁଝର ଜିଲ୍ଲାରେ ଥିବା ୧୪୦ଟି ଭାଗବତ ଟୁଙ୍ଗୀକୁ ଏହି ସହାୟତା ଯୋଗାଇ ଦିଆଯାଇଛି । ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଠାକରେ ଏହି ସହାୟତା ପ୍ରଦାନ କରିଥିଲେ ।

ଜିଲ୍ଲାରେ ଥିବା ୩୧୪ ଗୋଟି ଭାଗବତ ଟୁଙ୍ଗୀକୁ ଏହି ସହାୟତା ଯୋଗାଇ ଦିଆଯିବ । ଏହି ସହାୟତା ପାଇବା ପରେ ଟୁଙ୍ଗୀ କର୍ମକର୍ତ୍ତା ଖୁସି ବ୍ୟକ୍ତ କରିବା ସହ ଗାଁ ଗାଁରେ ଭାଗବତ ପାଠକୁ ଆହୁରି ରୁଦ୍ଧିମନ୍ତ କରିବ ବୋଲି ପ୍ରକାଶ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସ୍ଥରୀୟ ବହୁ ଅଧିକାରୀ ଉପସ୍ଥିତ ଥିବାବେଳେ ସମସ୍ତ ଟୁଙ୍ଗୀର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Dec 16, 2021, 6:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.