ETV Bharat / state

କୁଶେଇ ନଦୀରୁ ନିଖୋଜ ଶ୍ରମିକଙ୍କ ମୃତଦେହ ଉଦ୍ଧାର - rescues missing deadbody in Kushai river

କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଳ ସଉତୁଣୀ ନାଳ ନିକଟସ୍ଥ କୁଶେଇ ନଦୀରେ ସୋମବାର ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା ।

rescues missing deadbody
କୁଶେଇ ନଦୀରେ ନିଖୋଜ ଥିବା ମୃତଦେହ ଉଦ୍ଧାର
author img

By

Published : Aug 24, 2020, 9:30 PM IST

କେନ୍ଦୁଝର: ବ୍ରାହ୍ମଣୀପାଳ କୁଶେଇ ନଦୀରୁ ନିଖୋଜ ଥିବା ମୃତଦେହ ଉଦ୍ଧାର ହୋଇଛି । କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଳ ସଉତୁଣୀ ନାଳ ନିକଟସ୍ଥ କୁଶେଇ ନଦୀରେ ସୋମବାର ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା ।

ମୃତକ ଜଣଙ୍କ ପଞ୍ଚମଗ୍ରାମ ଟିକରସାହିର ବୀରୁ ଆଙ୍ଗରାଇ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ମୃତକ ଜଣଙ୍କ ଦୈତାରୀ ରେଲୱେ ସାଇଡିଙ୍ଗରେ ୱାଗନ ଶ୍ରମିକ ଭାବରେ କାର୍ଯ୍ୟ କରିଥାନ୍ତି । ପ୍ରତ୍ୟେକଦିନ ଭଳି ରବିବାର ଦିନ କାମସାରି ନିଜ ଗ୍ରାମକୁ କୁଶେଇ ନଦୀ ପାର ହୋଇ ଫେରୁଥିବା ବେଳେ ନଦୀର ସ୍ରୋତରେ ଭାସି ଯାଇଥିଲେ ।

କୁଶେଇ ନଦୀରେ ନିଖୋଜ ଥିବା ମୃତଦେହ ଉଦ୍ଧାର

ପରେ ତାଙ୍କୁ ଗ୍ରାମବାସୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ । ସୋମବାର ତାଙ୍କର ମୃତଦେହ ସେଠାରୁ ପ୍ରାୟ ୫୦୦ମିଟର ଦୂରରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।ବୀରୁଙ୍କ ମୃତଦେହ ଚିହ୍ନିବା ପରେ ତାଙ୍କ ପରିବାର ସହ ପୋଲିସକୁ ଖବର ଦିଆଯାଇଛି ।

ଖବର ପାଇ ଦୈତାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଘଟଣାର ଅଧିକରୁ ଅଧିକ ତଦନ୍ତ ଚଳାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.