ETV Bharat / state

ରାସ୍ତା ନିର୍ମାଣର ବାସ୍ତବ ଚିତ୍ର: 10 ଦିନରେ ଉଠିଗଲା ପିଚୁ

author img

By

Published : Jul 11, 2019, 4:02 PM IST

ପିଏମଜିଏସୱାଇ ଯୋଜନା ମାଧ୍ୟମରେ ଲୋକେ କେତେ ଉପକୃତ ହେଉଛନ୍ତି ତାହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାର ଘୁଣ୍ଟପଶି ଅଞ୍ଚଳରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝକ

କେନ୍ଦୁଝର: ଦେଶର ଗ୍ରାମାଞ୍ଚଳରେ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା ଲକ୍ଷ୍ୟରେ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିଲା ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନ(ପିଏମଜିଏସୱାଇ) । ଏହାର ଲକ୍ଷ୍ୟ ଥିଲା ଯେ ଗାଁଗଣ୍ଡାରେ ସୁବିଧାରେ ଯିବାଆସିବା କରିବା ପାଇଁ ସବୁଦିନିଆ ରାସ୍ତା ନିର୍ମାଣ କରିବା ସହ ଗାଁକୁ ସହର ସହ ଯୋଡିବା । ଯାତାୟତ କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ କରିବା ଲକ୍ଷ୍ୟରେ ପିଏମଜିଏସୱାଇ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଯାଉଛି ।

ମାତ୍ର ଏହା ଦ୍ବାରା ଲୋକେ କେତେ ଉପକୃତ ହେଉଛନ୍ତି ତାହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାର ଘୁଣ୍ଟପଶି ଅଞ୍ଚଳରେ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏଠାରେ ପିଏମଜିଏସୱାଇ ଯୋଜନା ମାଧ୍ୟମରେ ନିର୍ମାଣ କରାଯାଇଥିଲା 2 କିଲୋମିଟର ଲମ୍ବର ପିଚୁ ରାସ୍ତା। ଏଥିପାଇଁ ଅନୁଦାନ ମଧ୍ୟ ଯୋଗାଇ ଦିଆଯାଇଥିଲା । ଏହାର ନିର୍ମାଣ ଦାୟୀତ୍ବରେ ଥିବା ଠିକାଦାର କାର୍ଯ୍ୟ ସମ୍ପାଦନ କରିସାରିଛନ୍ତି । ଏହି ରାସ୍ତାର ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଧିବାସୀ । ଠିକ ଭାଗମାପରେ କାମ ହୋଇନଥିବା ଯୋଗୁଁ ପିଚୁ ପଡିବାର ଦଶ ଦିନ ମଧ୍ୟରେ ଫଡା ଫଡା ଏହା ଉଠି ଯାଉଥିବା ଦେଖାଦେଇଛି । ପାଦ କିମ୍ବା ହାତରେ ଟାଣିଦେଲେ ପିଚୁ ଉଠିଆସୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝକ

ଏ ରାସ୍ତା ଦେଇ ନିକଟସ୍ଥ ଗ୍ରାମର ଶତାଧିକ ଗ୍ରାମବାସୀ ଯିବାଆସିବା କରିଥାନ୍ତି । ଯେଉଁଠି ସାଇକେଲରେ ଗଲେ ପିଚୁ ଉଠିଯାଉଛି, ସେଠାରେ ଭାରି ଯାନ ଗଲେ ରାସ୍ତାର ଅବସ୍ଥା କଣ ହେବ ବୋଲି ପ୍ରଶ୍ନ କରିଛନ୍ତି ଲୋକେ । ରାସ୍ତା ନିର୍ମାଣରେ ହୋଇଥିବା ଅନିୟମିତତା ବାବଦରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଘଟଣା ବାବଦରେ ସେ ଅବଗତ ଅଛନ୍ତି । ରିପୋର୍ଟ ଆସିଲା ପରେ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇଛନ୍ତି ଯନ୍ତ୍ରୀ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- କାମ ସରିବା ପୂର୍ବରୁ ଉଠୁଛି ପିଚୁ, କାର୍ଯ୍ୟରେ ଅସନ୍ତୁଷ୍ଟ ଗ୍ରାମବାସୀ
Body:
ଆଙ୍କର- ସରକାର ଗାଁ କୁ ସହର ସହ ଯୋଡିବାକୁ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ସଡକ ଯୋଜନା । ଏହି ଯୋଜନା ମାଧ୍ୟମ ରେ ଯେଉଁ ଗାଁ ଗୁଡିକ ଅପହଞ୍ଚ ହୋଇ ରହିଛି ତାକୁ କୌଣସି ମୁଖ୍ୟ ସଡ଼କ ସହ ଯୋଡିବା । ଏହା ଦ୍ୱାରା ଗ୍ରାମୀଣ ଅର୍ଥନୀତି ରେ ସୁଦୃଢ ହେବ । ଗ୍ରାମବାସୀ ମାନେ ସହର କୁ ଅନାୟସ ରେ ଯିବା ଆସିବା କରିପାରିବେ । କିନ୍ତୁ ଏହି ଯୋଜନା ଯେପରି ଫେଲ ମାରିଛି କେନ୍ଦୁଝର ଝୁମ୍ପୁରା ବ୍ଲକ ଅନ୍ତର୍ଗତ ପୂର୍ତ୍ତ ବିଭାଗ ରାସ୍ତା ରୁ ଘୁଣ୍ଟପଶି ରାସ୍ତାରେ । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଏହି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ଦୀର୍ଘ ଦୁଇ କିଲୋମିଟର ରାସ୍ତାନିର୍ମାଣ ପାଇଁ ଅନୁଦାନ ପ୍ରାପ୍ତ ହୋଇଥିଲା । ଉକ୍ତ ରାସ୍ତା କୁ ସଂପୃକ୍ତ ଠିକାଦାର ରାସ୍ତା ର ନିର୍ମାଣ କାର୍ଯ୍ୟ ସମ୍ପାଦନ କରିଦେଇଛି । କିନ୍ତୁ ଏହି ରାସ୍ତା କାର୍ଯ୍ୟ ରେ ବ୍ୟାପକ ଅନିୟମିତତା ହୋଇଥିବା ଗ୍ରାମବାସୀ ମାନେ ପୂର୍ବରୁ ଅଭିଯୋଗ କରିଥିଲେ । କାର୍ଯ୍ୟ ଠିକ ଭାଗ ମାପ ରେ ହୋଇନଥିବା ଯୋଗୁଁ ପିଚୁ ପଡିବାର ଦଶ ଦିନ ମଧ୍ୟରେ ଫଡା ଫଡା ଉଠି ଯାଉଥିବା ଦେଖା ଦେଇଛି । ପାଦରେ ଉଠେଇଲେ କି ହାତରେ ଟାଣିଲେ ପିଚୁ ଗୁଡିକ ଉଠି ଯାଉଛି । ଏହି ରାସ୍ତା ଦେଇ ଗ୍ରାମ ତଥା ନିକଟସ୍ଥ ଗ୍ରାମର ଶତାଧିକ ଗ୍ରାମବାସୀ ଗମନା ଗମନ କରୁଛନ୍ତି । ଯେଉଁଠି ସାଇକେଲ ରେ ଗଲେ ପିଚୁ ଉଠିଯାଉଛି ଭାରି ଯାନ ଗଲେରାସ୍ତା ର ଅବସ୍ଥା କଣ ହେବ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ରାସ୍ତାରେ ଏହି ଅନିୟମିତତା ନେଇ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ପଚାରିବାରୁ ସେ ଏହି ଅନିୟମିତତା ନେଇ ଅବଗତ ଅଛନ୍ତି । ରିପୋର୍ଟ ମଗା ଯାଇଛି ,ରିପୋର୍ଟ ଆସିଲା ପରେ ଠିକାଦାର ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବାଇଟ-୧-କବିତା ଦାସ ( ଗ୍ରାମବାସୀ)

ବାଇଟ-୨- ନିନା ମହାନ୍ତ( ଗ୍ରାମବାସୀ)

ବାଇଟ-୩-ରାଜକିଶୋର ମହାନ୍ତ( ଗ୍ରାମବାସୀ)

ବାଇଟ-୪-ଏସ ଚକ୍ରବର୍ତ୍ତୀ( ଅଧିକ୍ଷଣ ଯନ୍ତ୍ରୀ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.