ETV Bharat / state

ରେଜିଷ୍ଟର ଅଫିସ ସ୍ଥାନାନ୍ତର ଦାବିରେ ରାସ୍ତାରୋକ - road strike

ସବ-ରେଜିଷ୍ଟର ଅଫିସ ସ୍ଥାନାନ୍ତରଣ ଦାବିରେ ରାସ୍ତାରୋକ କରିଛନ୍ତି ଆନନ୍ଦପୁରର ସାଇଁପୁର ଗ୍ରାମବାସୀ । ଘସିପୁରାରୁ ସାଇଁକୁଳ ସ୍ଥାନାନ୍ତର ଦାବିରେ ହୋଇଛି ରାସ୍ତାରୋକ ।

ଫଟୋ ସୌଜନ୍ୟ: ପ୍ରତିନିଧି ଆନନ୍ଦପୁର
author img

By

Published : May 16, 2019, 2:14 PM IST

ଆନନ୍ଦପୁର: ସବ-ରେଜିଷ୍ଟର ଅଫିସକୁ ସ୍ଥାନାନ୍ତରଣ ଦାବିରେ 20 ନଂ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି । ସବ-ରେଜିଷ୍ଟ୍ରେସନ ଅଫିସକୁ ଘସିପୁରାରୁ ସାଇଁକୁଳ ସ୍ଥାନାନ୍ତର ପାଇଁ ବହୁ ଦିନରୁ ଦାବି ହୋଇଆସୁଥିଲେ ମାତ୍ର ଏହାକୁ ସ୍ଥାନାନ୍ତର କରାଯାଇନାହିଁ ।

ଫଟୋ ସୌଜନ୍ୟ: ପ୍ରତିନିଧି ଆନନ୍ଦପୁର

ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ସରକାରଙ୍କ ଅନୁମତି ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । 2009 ମସିହାରୁ ଘସିପୁରାରେ ନୂଆ ରେଜିଷ୍ଟର ଅଫିସ ତିଆରି ହୋଇଥିଲେ ମାତ୍ର ଏହାକୁ ସ୍ଥାନାନ୍ତର କରାଯାଇନାହିଁ । ତେବେ ସମସ୍ତ ଚେଷ୍ଟା ପରେ ବାଧ୍ୟ ହୋଇ ଗ୍ରାମବାସୀମାନେ ରାସ୍ତାରୋକ କରିଛନ୍ତି ।

ଘଟଣାସ୍ଥଳରେ ତହସିଲଦାର ଓ ସବ-ରେଜିଷ୍ଟାର ଅଫିସର ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ମାତ୍ର ଆନ୍ଦୋଳନ ପ୍ରତ୍ୟାହୃତ ହୋଇନଥିଲା । ତେବେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ରାମଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଜିଦ ଧରି ବସିଛନ୍ତି ।

ଆନନ୍ଦପୁରର ସ୍ମୃତିରଞ୍ଜନ ବିହାରି, ଇଟିଭି ଭାରତ

ଆନନ୍ଦପୁର
ଆଙ୍କର- ସବ ରେଜିଷ୍ଟ୍ରାର ଅଫିସ କୁ ସ୍ଥାନାନ୍ତର ଦାବିରେ ୨୦ ନଂ ଜାତୀୟ ରାଜପଥ ସାଇଁକୁଳ ଠାରେ ରାସ୍ତା ଅବରୋଧ । ବହୁ ଦିନରୁ ସରକାର ଙ୍କ ଅନୁମତି ଥିଲେ ମଧ୍ୟ ଘସିପୁରା ରୁ ସାଇଁକୁଳ କୁ ସବ ରେଜିଷ୍ଟ୍ରାର ଅଫିସ କୁ ସ୍ଥାନାନ୍ତର କରାଯାଉନାହିଁ । ଅନେକ ଥର ସରକାର ଆବେଦନ କରିଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ଦାବି ପୂରଣ ନ ହେବାରୁ ବାଧ୍ୟ ହୋଇ ଲୋକ ମାନେ ରାସ୍ତା ଅବରୋଧ କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଜିଦ୍ ଧରି ବସିଛନ୍ତି । । ଘଟଣାସ୍ଥଳରେ ଘସିପୁରା ତହସିଲ ର ଅତିରିକ୍ତ ତହସିଲଦାର ଓ ସବ୍ ରେଜିଷ୍ଟ୍ରାର ଅଫିସର ପହଞ୍ଚି ଆନ୍ଦୋଳନକାରୀ ଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନ ପ୍ରତ୍ୟାହୃତ ହୋଇନଥିଲା । ରାସ୍ତା ଅବରୋଧ ଯୋଗୁଁ ୨୦ ନଂ ଜାତୀୟ ରାଜପଥ ର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଅଟକି ରହିଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ରାମଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।
ବାଇଟ-୧- ଆନ୍ଦୋଳନ କାରୀ 
ବାଇଟ-୨- ଆନ୍ଦୋଳନ କାରୀ
Visual bityi ftp re 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.