ETV Bharat / state

ଚିକିତ୍ସାଧୀନ ଅବସ୍ଥାରେ କଏଦୀ ମୃତ

କେନ୍ଦୁଝର ଜିଲ୍ଲା କାରାଗାରରେ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା କଏଦୀଙ୍କ ଆଜି(ସୋମବାର) ମୃତ୍ୟୁ ଘଟିଛି । ମୃତ କଏଦୀ ଜଣକ ରାମ ଅବତାର ରାୟ ବାହାଦୂର ବୋଲି ଜଣାପଡିଛି ।

ଚିକିତ୍ସିତ ଅବସ୍ଥାରେ କଏଦୀର ମୃତ୍ୟୁ
ଚିକିତ୍ସିତ ଅବସ୍ଥାରେ କଏଦୀର ମୃତ୍ୟୁ
author img

By

Published : Jan 4, 2021, 7:53 PM IST

କେନ୍ଦୁଝର: ଚିକିତ୍ସିତ ଅବସ୍ଥାରେ କଏଦୀର ମୃତ୍ୟୁ ଅଭିଯୋଗ । କେନ୍ଦୁଝର ଜିଲ୍ଲା କାରାଗାରରେ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା କଏଦୀଙ୍କ ଆଜି(ସୋମବାର) ମୃତ୍ୟୁ ଘଟିଛି । ମୃତ କଏଦୀ ଜଣକ ରାମ ଅବତାର ରାୟ ବାହାଦୂର ବୋଲି ଜଣାପଡିଛି ।

ଚିକିତ୍ସିତ ଅବସ୍ଥାରେ କଏଦୀର ମୃତ୍ୟୁ

ତାଙ୍କ ବୟସ ୬୨ ବର୍ଷ ହେବ । ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି । ଜେଲରେ କୋଭିଡ କଟକଣା ପାଇଁ ବଡ଼ବିଲ ଜେଲରୁ କେନ୍ଦୁଝର ମୁଖ୍ୟ କାରାଗାରକୁ ତାଙ୍କୁ ଅଣାଯାଇଥିଲା ।

ସେ ଆସିବା ଦିନଠାରୁ ଅସୁସ୍ଥ ଥିଲେ । ସେହିଦିନ ଠାରୁ ତାଙ୍କର ଚିକିତ୍ସା କରାଯାଉଥିବା ଜେଲ କତ୍ତୃପକ୍ଷ ପକ୍ଷରୁ ଜଣାପଡ଼ିଛି । ତାଙ୍କ ପରିବାରଲୋକେ ଆସିଲା ପରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.