ETV Bharat / state

ପ୍ରେମିକାକୁ ମାରି ପୋତିଦେଇଥିଲା ପ୍ରେମିକ, ପୋଲିସ ମାଡ଼ରେ ଓଗାଲିଳା ସତ

author img

By

Published : Nov 13, 2021, 6:48 PM IST

ପ୍ରଥମେ ପ୍ରେମ ଜାଲରେ ଫସାଇଲା। ବିବାହ ବି କଲା, କିନ୍ତୁ ପରେ ପ୍ରେମିକାକୁ ହତ୍ୟା କଲା ସ୍ଵାମୀ। ଦୀର୍ଘ ବର୍ଷେ ପରେ ମହିଳାଙ୍କ ହାଡ଼ ଓ ଚୁଡ଼ି ଜୁଡ଼ିଆ ଘାଟିରୁ ଠାବ କରିଛି ପୋଲିସ। ଅଧିକ ପଢନ୍ତୁ...

boyfriend killed and buried his girlfriend
ପ୍ରେମିକାକୁ ମାରି ପୋତିଦେଇଥିଲା ପ୍ରେମିକ, ପୋଲିସ ମାଡ଼ରେ ଓଗାଲିଳା ସତ

କେନ୍ଦୁଝର: ଏକ ଚାଞ୍ଚଲ୍ୟକର ଘଟଣାର ଖୁଲାସା କରିଛି କେନ୍ଦୁଝର ସଦର ପୋଲିସ । ପ୍ରଥମେ ପ୍ରେମ ଜାଲରେ ଫସାଇଲା। ବିବାହ ବି କଲା କିନ୍ତୁ ପରେ ପ୍ରେମିକାକୁ ହତ୍ୟା କଲା ସ୍ଵାମୀ। ଦୀର୍ଘ ବର୍ଷେ ପରେ ମହିଳାଙ୍କ ହାଡ଼ ଓ ଚୁଡ଼ି ଜୁଡ଼ିଆ ଘାଟିରୁ ଠାବ କରିଛି ପୋଲିସ। ଏଭଳି ଅଭାବନୀୟ ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅଞ୍ଚଳରେ।

ସୂଚନାଅନୁଯାୟୀ ଉପରକାଦକଳା ଗାଁର ଚକ୍ରଧର ଘଣା ନୟାକୋଟ ଗାଁର ନବାତ ଡାଙ୍ଗୁଆଙ୍କୁ ପ୍ରେମ ବିବାହ କରିଥିଲେ । ଚକ୍ରଧର ଓ ନବାତ ଭିନ୍ନ ଜାତିର ହୋଇଥିବାରୁ ବିବାହ ପାଇଁ ଚକ୍ରଧରଙ୍କ ପରିବାର ରାଜି ନହେବାରୁ ଦୁହେଁ ଘରଦ୍ଵାର ଛାଡ଼ି ପ୍ରଥମେ କଟକ ଓ ପରେ ମୟୂରଭଞ୍ଜ ଜିଲ୍ଲା ଯଶୀପୁରରେ ରହିଥିଲେ। ହେଲେ ଗତ ଜୁଲାଇ ମାସରେ ଚକ୍ରଧର ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପରେ ନବାତଙ୍କ ପରିବାରର ସନ୍ଦେହ ବଢିଥିଲା। ଝିଅ କେଉଁଠି ବୋଲି ପଚାରିବାରୁ ଚକ୍ରଧରଙ୍କ ଠାରୁ ସନ୍ତୋଷଜନକ ଉତ୍ତର ନମିଳିବା ପରେ ଥାନାର ଦ୍ବାରସ୍ଥ ହୋଇଥିଲେ ନବାତଙ୍କ ପରିବାର।

ଥାନାରେ ଚକ୍ରଧରଙ୍କୁ ପଚରା ଉଚୁରା କରିବା ପରେ ନବାତଙ୍କୁ ହତ୍ୟା କରି ଜୁଡ଼ିଆ ଘାଟିରେ ପୋତି ଦେଇଥିବା ସ୍ବୀକାର କରିଥିଲା ଅଭିଯୁକ୍ତ । ପୋଲିସ ଅଭିଯୁକ୍ତକୁ ଧରି ଘଟଣାସ୍ଥଳରେ ପହଞ୍ଚି ହାଡ ଓ ଚୁଡ଼ି ଜୁଡ଼ିଆ ଘାଟିରୁ ଠାବ କରିଛି। ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.