ETV Bharat / state

ତହସିଲରେ ମିଳୁନି ସାର୍ଟିଫିକେଟ, ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

କେନ୍ଦୁଝର ସଦର ତହସିଲ କାର୍ଯ୍ୟାଳୟରେ କାମ ସଠିକ ଭାବରେ ହେଉ ନାହିଁ । ଫଳରେ ଜିଲ୍ଲାବାସୀ କ୍ଷୁବ୍ଧ ହୋଇ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି ।

author img

By

Published : Jun 17, 2019, 5:41 PM IST

Updated : Jun 17, 2019, 9:38 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଦଶମ ଶ୍ରେଣୀରୁ ଯୁକ୍ତ ତିନି ପର୍ଯ୍ୟନ୍ତ ସବୁ ପରୀକ୍ଷା ଫଳ ପ୍ରକାଶ ପାଇଛି । କେନ୍ଦୁଝରରେ ପରୀକ୍ଷାଫଳ ପ୍ରକାଶ ପରେ ଛାତ୍ରଛାତ୍ରୀ ମାନଙ୍କର ଉଚ୍ଚଶିକ୍ଷା ପାଇଁ ଜାତି ସାର୍ଟିଫିକେଟ ସହିତ ବିଭିନ୍ନ ସାର୍ଟିଫିକେଟର ଆବଶ୍ୟକତା ରହିଛି । ହେଲେ ଏହି ସାର୍ଟିଫିକେଟ ପାଇବାକୁ ଆରଆଇ ଅଫିସରୁ ତହସିଲ ଦୌଡ଼ି ଦୌଡ଼ି ଜିଲ୍ଲାବାସୀ ନୟାନ୍ତ ହେଉଛନ୍ତି । ଏହାସହ କେନ୍ଦୁଝର ସଦର ତହସିଲ କାର୍ଯ୍ୟାଳୟରେ କାମ ସଠିକ ଭାବରେ ହେଉ ନାହିଁ । ଫଳରେ ଅଞ୍ଚଳବାସୀ କ୍ଷୁବ୍ଧ ହୋଇ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
ଆଜି ଶତାଧିକ ଲୋକ ତହସିଲରେ କାର୍ଯ୍ୟ ସଠିକ ଭାବେ ହେଉ ନ ଥିବା ଅଭିଯୋଗ କରି ତହସିଲରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହ କାମ ନହେବାର କାରଣ ମଧ୍ୟ ଅତିରିକ୍ତ ତହସିଲଦାରଙ୍କୁ ପଚାରିଥିଲେ । କିନ୍ତୁ ଅତିରିକ୍ତ ତହସିଲଦାର ଦାୟିତ୍ୱରେ ଥିବା ଅଧିକାରୀ ଏହାର ଉତ୍ତର ଦେବେ ବୋଲି କହି ଚାଲିଯାଇଥିଲେ । ତେବେ ଉପଜିଲ୍ଲାପାଳ ସମସ୍ତଙ୍କ ସାର୍ଟିଫିକେଟ ଠିକ ସମୟରେ ଯୋଗାଇ ଦେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ବିଭିନ୍ନ ଅସୁବିଧା ନେଇ ତହସିଲ କାର୍ଯ୍ୟାଳୟ ତାଲା ପକେଇଲେ ଲୋକେBody:ଆଙ୍କର- ଦଶମ ଶ୍ରେଣୀରୁ ଯୁକ୍ତ ତିନି ପର୍ଯ୍ୟନ୍ତ ସବୁ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ଫଳ ପ୍ରକାଶ ପରେ ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷା ଆଶା ରେ ଫର୍ମ ଆବେଦନ କରିଛନ୍ତି। ସରକାରୀ ସ୍ଥରରେ ଏହି ଆବେଦନ କରିବା ପାଇଁ ଜାତି ସାର୍ଟିଫିକେଟ ଦରକାର ହେଉଛି । ଏହା ସହ ବିଭିନ୍ନ ସେବା ପାଇଁ ସାର୍ଟିଫିକେଟ ଦରକାର ହେଉଛି । ଏଥି ପାଇଁ ଲୋକେ ଆରଆଇ ଅଫିସ ରୁ ତହସିଲ ଦୌଡ଼ି ଦୌଡ଼ି ନୟାନ୍ତ । ଏହି ବିଭିନ୍ନ ସାର୍ଟିଫିକେଟ ଆଶାରେ କେନ୍ଦୁଝର ସଦର ତହସିଲ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ହତାଶ ହେବାକୁ ପଡୁଥିବା ଅଭିଯୋଗ ହେଉଛି । ଏଠିକୁ ଆସିଲେ କିଛି କାର୍ଯ୍ୟ ହେଉ ନଥିବା ଅଭିଯୋଗ କରି ଲୋକେ ବିକ୍ଷୋଭ କରିବାକୁ ବାଧ୍ୟ ହେଉଛନ୍ତି । ଆଜି ଶତାଧିକ ଲୋକ ତହସିଲ ରେ କିଛି କାର୍ଯ୍ୟ ହେଉନଥିବା ଅଭିଯୋଗ କରି ତହସିଲ ରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଏହା ସହ ଦାଇତ୍ୱ ରେ ଅତିରିକ୍ତ ତହସିଲଦାରଙ୍କୁ ଘେରି କାମ କଣ ପାଇଁ ହେଉନଥିବା ନେଇ ପଚାରିଥିଲେ । କିନ୍ତୁ ଅତିରିକ୍ତ ତହସିଲଦାର କିଛି ନକହି ଖସି ପଳାଇ ଥିଲେ । ଏହି ଅଭିଯୋଗ ନେଇ ଆମେ ଅତିରିକ୍ତ ତହସିଲଦାରଙ୍କୁ ପଚାରୁବାରୁ ଦାଇତ୍ୱ ରେ ଥିବା ଅଧିକାରୀ ଏହାର ଉତ୍ତର ଦେବେ ବୋଲି କହିଛନ୍ତି।ଏନେଇ ଉପଜିଲ୍ଲାପାଳ ଙ୍କୁ ପଚାରିବାରୁ ସେ ତହସିଲଦାର ଙ୍କୁ ସମସ୍ତ ଙ୍କ ସାର୍ଟିଫିକେଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବାଇଟ-୧-ସାଧୁ ସୀଙ୍କୁ(ହିତାଧିକାରୀ)
ବାଇଟ-୨-ପୂର୍ଣମୀ ମହାନ୍ତ( ହିତାଧିକାରୀ)
ବାଇଟ-୩-ଦୈତାରି ଆପଟ( ହିତାଧିକାରୀ)
ବାଇଟ-୪-ରଘୁନାଥ ଟୁଡୁ( ଅତିରିକ୍ତ ତହସିଲଦାର)
ବାଇଟ-୫- ସୋମନାଥ ପ୍ରଧାନ( ଉପଜିଲ୍ଲାପାଳ)Conclusion:
Last Updated : Jun 17, 2019, 9:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.