ETV Bharat / state

ଆଦିବାସୀଙ୍କ ବିକାଶ ପାଇଁ ମୁଁ ବଦ୍ଧ ପରିକର: କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ - ବିଶ୍ବେଶ୍ବର ଟୁଡୁ

ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଅଛନ୍ତି କେନ୍ଦ୍ର ଜଳ ସମ୍ପଦ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଗ୍ରସ୍ତ ସମୟରେ ସେ ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ ତାଙ୍କର ଏକ ସ୍ବତନ୍ତ୍ର ସାକ୍ଷାତକାର ନେଇଥିଲେ ଆମ କେନ୍ଦୁଝର ପ୍ରତିନିଧି । ଅଧିକ ପଢନ୍ତୁ...

କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ
କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ
author img

By

Published : Sep 13, 2021, 2:25 PM IST

କେନ୍ଦୁଝର: ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଅଛନ୍ତି କେନ୍ଦ୍ର ଜଳ ସମ୍ପଦ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଗ୍ରସ୍ତ ସମୟରେ ସେ ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ ତାଙ୍କର ଏକ ସ୍ବତନ୍ତ୍ର ସାକ୍ଷାତକାର ନେଇଥିଲେ ଆମ କେନ୍ଦୁଝର ପ୍ରତିନିଧି । ଆଦିବାସୀଙ୍କ ବିକାଶ ପାଇଁ ସେ ସର୍ବଦା ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଗସ୍ତରେ ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ଓ ରାହସ ମନ୍ଦିରରେ ଦର୍ଶନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ସହିତ ସ୍ବତନ୍ତ୍ର ସାକ୍ଷାତକାର

ଜିଲ୍ଲାରେ ଅଟକି ରହିଥିବା ଅନେକ ବିକାଶ ମୂଳକ କାର୍ଯ୍ୟକୁ ଆଗକୁ ନେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଟୁଡୁ । କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏହାର ବିକାଶ ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ ବୋଲି କହିଛନ୍ତି ମନ୍ତ୍ରୀ । ଏହା ସହ କେନ୍ଦ୍ରୀୟ ଉନ୍ନୟନ ଯୋଜନା ଗୁଡିକରେ କିପରି ଏହି ଆଦିବାସୀମାନେ ଲାଭ ନେଇପାରିବେ ସେନେଇ ମନ୍ତ୍ରୀ ବଦ୍ଧ ପରିକର ବୋଲି ପ୍ରକାଶ କରିଥିଲେ ।

କେନ୍ଦୁଝର ଜିଲ୍ଲାରେ କାନପୁର ପ୍ରକଳ୍ପ ବହୁ ଦିନରୁ ବନ୍ଦ ହୋଇଥିବା ବେଳେ ଏହା କିପରି ଶୀଘ୍ର କାର୍ଯ୍ୟକ୍ଷମ ହେବ ସେ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କହିଛନ୍ତି । ଆଗାମୀ ଦିନରେ ପଞ୍ଚାୟତ ଓ ପୌରପାଳିକା ନିର୍ଵାଚନ ଥିବାରୁ କେନ୍ଦ୍ର ସରକାରଙ୍କ ଜନହିତକର କାର୍ଯ୍ୟକୁ ଆଧାର କରି ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.