ETV Bharat / state

ଅଜଣା ଗାଡି ଧକ୍କାରେ ଜଣଙ୍କ ମୃତ୍ୟୁକୁ ନେଇ ୪୯ ନମ୍ବର ରାଜପଥ ଅବରୋଧ - ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ

ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡି ଧକ୍କାରେ ଜଣେ ଗାଡି ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

One person dead-in-road-accident-in-Keonjhar
ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁକୁ ନେଇ ୪୯ ନମ୍ବର ରାଜପଥ ଅବରୋଧ
author img

By

Published : Nov 13, 2020, 8:13 PM IST

କେନ୍ଦୁଝର: ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡି ଧକ୍କାରେ ଜଣେ ଗାଡି ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି ।

ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁକୁ ନେଇ ୪୯ ନମ୍ବର ରାଜପଥ ଅବରୋଧ

ସୂଚନା ଅନୁଯାୟୀ, ଟୁଙ୍ଗୁରୁବାହାଳ ଗାଁର ଡ୍ରାଇଭର ବୃନ୍ଦାବନ ଶବର ଓରଫ ବନ ଜାତୀୟ ରାଜପଥ କଡରେ ନିଜେ ଚଳାଉଥିବା ୧୦ ଚକିଆ ଟ୍ରକରୁ ଓହ୍ଲାଇ ରାସ୍ତା ପାର କରୁଥିବା ବେଳେ ଦ୍ରୁତଗତିରେ କେନ୍ଦୁଝର ପଟୁ ପାଲଲହଡା ଯାଉଥିବା ଏକ ୧୨ ଚକିଆ ଟ୍ରକ ବୃନ୍ଦାବନଙ୍କୁ ଧକ୍କା ଦେଇଥିଲା ।

ଫଳରେ ଘଟଣା ସ୍ଥଳରେ ବୃନ୍ଦାବନଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇ ସଂପୃକ୍ତ ଟ୍ରକଟି ଘଟଣାସ୍ଥଳରୁ ସଙ୍ଗେ ସଙ୍ଗେ ଫେରାର ହୋଇଯାଇଥିବା ଜଣାପଡିଛି । କିଛି ସ୍ଥାନୀୟ ଲୋକ ଟ୍ରକକୁ ପିଛା କରିଥିଲେ ମଧ୍ୟ ତାର କୌଣସି ପତା ପାଇନଥିଲେ । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ୪୯ ନମ୍ବର ଜାତୀୟ ରାଜପଥକୁ ଅପରୋଧ କରିଛନ୍ତି ।

ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଛି । ଘଟଣା ସ୍ଥଳରେ ତେଲକୋଇ ପୁଲିସ ଓ ତେଲକୋଇ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.