କେନ୍ଦୁଝର: ଅନ୍ଧବିଶ୍ବାସର ଭୟଙ୍କର ପରିଣତି । ଗୁଣିଗାରେଡିର ନୃଶଂସ ଦିଗ ଆସିଛି କେନ୍ଦୁଝର ଜିଲ୍ଲା ସଦର ଥାନା ସେଣ୍ଡକାପ ଗ୍ରାମରୁ । ଗୁଣିଗାରେଡି ସନ୍ଦେହରେ ଏକ ହତ୍ୟାକାଣ୍ଡ ସଂଗଠିତ ହୋଇଥିବା ଖବର ସାମନାକୁ ଆସିଛି । ଶନିବାର ବିଳମ୍ବିତ ରାତିରେ ସେଣ୍ଡକାପ ଗ୍ରାମର ଦୀନବନ୍ଧୁ ମୁଣ୍ଡାଙ୍କୁ ଗ୍ରାମର ୭ ଜଣ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସମସ୍ତ 7ଜଣ ହତ୍ୟାକାରୀ ଗିରଫ ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଦିନବନ୍ଧୁ ଗୁଣିଗାରେଡି କାର୍ଯ୍ୟ କରୁଥିବା ଦର୍ଶାଇ ଉକ୍ତ ଲୋକମାନେ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଜିଲ୍ଲାରେ ଗୁଣିଗାରେଡି ସନ୍ଦେହ ଜନିତ ହତ୍ୟା ଖବର ବାରମ୍ବାର ଆସୁଥିଲେ ମଧ୍ୟ ପୋଲିସ ଓ ପ୍ରଶାସନ ପକ୍ଷରୁ ଠୋସ୍ ପଦକ୍ଷେପ ନିଆଯାଉଥିବା ଚିନ୍ତାର ବିଷୟ ପାଲଟିଛି
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ