କେନ୍ଦୁଝର: ଗୁରୁବାର ସକାଳୁ ପଣ୍ଡାପଡା ଥାନା ଅନ୍ତର୍ଗତ ବସନ୍ତପୁର ଷ୍ଟେସନ ନିକଟ ରେଳ ଧାରଣା କଡ଼ରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି ।

ତେବେ ବୃଦ୍ଧ ଜଣକ କ୍ଷତବିକ୍ଷତ ଅବସ୍ଥାରେ ସେଠି ମୃତ ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ବୃଦ୍ଧଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।
ତେବେ ଏହା ଟ୍ରେନ ଦୁର୍ଘଟଣା କିମ୍ବା ଆତ୍ମହତ୍ୟା ସେନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ