ETV Bharat / state

ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା ରାଜ୍ୟ ଉଜ୍ଜ୍ଵଳା ଦିଦି ସଂଘ

author img

By

Published : Aug 8, 2023, 8:24 PM IST

ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା ରାଜ୍ୟ ଉଜ୍ଜ୍ଵଳା ଦିଦି ସଂଘ । ଦାବି ପୂରଣ ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

odisha rajya ujjwala didi sangh protest
ଓଡ଼ିଶା ରାଜ୍ୟ ଉଜ୍ଜ୍ଵଳା ଦିଦି ସଂଘର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ଵଳା ଦିଦି ସଂଘ କେନ୍ଦୁଝର ଜିଲ୍ଲା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ଦାବିକୁ ନେଇ ଉଜ୍ଜ୍ଵଳା ଦିଦି ସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶୃତି ଏପର୍ଯ୍ୟନ୍ତ ପୂରଣ ହୋଇନଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।

କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରତିଟି ଗରିବ ଲୋକଙ୍କ ଘରେ ଉଜ୍ଜ୍ଵଳା ଗ୍ୟାସ ଯୋଗାଇ ଦିଆଗଲା । ଯାହା ଫଳରେ କୋଟିକୋଟି ଲୋକ ଉପକୃତ ହେଲେ । ଓଡ଼ିଶାରେ ମଧ୍ୟ ଏହି କାର୍ଯ୍ୟକୁ ସାକାର କରିବା ପାଇଁ ଉଜ୍ୱଳା ଦିଦିମାନଙ୍କୁ କାର୍ଯ୍ୟ ଭାର ଦାୟିତ୍ବ ଦିଆଯାଇଥିଲା । ସେମାନେ ସରକାରଙ୍କ ଏହି ଯୋଜନାକୁ ସଫଳ କରିବା ଦିଗରେ ସହଯୋଗର ହାତ ବଢ଼ାଇଥିଲେ । ହେଲେ ସରକାର ଏମାନଙ୍କ ପ୍ରତି ଅବହେଳା କରିଥିବା ଉଜ୍ଜ୍ଵଳା ଦିଦି ସଂଘ ଅଭିଯୋଗ କରିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ କାର୍ଯ୍ୟରତ ଉଜ୍ଜ୍ବଳା ଦିଦି ମାନଙ୍କର ବିଭିନ୍ନ ଦାବି ନେଇ ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ଵଳା ଦିଦି ସଂଘ କେନ୍ଦୁଝର ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ତରଭା ଶିଶୁ ବିକାଶ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ଉଠିଲା ତଦନ୍ତ ଦାବି

ଉଜ୍ଜ୍ବଳା ଦିଦିମାନଙ୍କୁ କାର୍ଯ୍ୟ ଦେବା ସମୟରେ ଯେଉଁସବୁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା କାର୍ଯ୍ୟକାରୀ କରାଯିବାକୁ ସଂଘ ଦାବି କରିଛି । ସମସ୍ତ ଉଜ୍ଜ୍ବଳା ଦିଦିମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବା, ଉଜ୍ଜ୍ଵଳା ଦିଦିମାନଙ୍କୁ କର୍ମ ନିଯୁକ୍ତି ଯୋଜନାରେ ତାଙ୍କୁ କାମ ଯୋଗାଇ ଦେବା ସହ ପାରିଶ୍ରମିକ ଯୋଗାଇ ଦିଆଯିବା ଦାବିରେ ଉଲ୍ଲେଖ ରହିଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଉଜ୍ଜ୍ଵଳା ଦିଦି ସଂଘର ରାଜ୍ୟ ସଂଯୋଜିକା ବୀଣାପାଣି ବେହେରା , ଭାରତୀୟ ମଜଦୁର ସଂଘର ବରିଷ୍ଠ କର୍ମକର୍ତ୍ତା ବସନ୍ତ କୁମାର ସାହୁ , ଭାରତୀୟ ମଜଦୁର ସଂଘ ରାଜ୍ୟ ସମ୍ପାଦକ ଡାକ୍ତର ମହାନ୍ତ , କେନ୍ଦୁଝର ଜିଲ୍ଲା ସମ୍ପାଦକ ବାବୁଲାଲ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ । ଯଥାଶୀଘ୍ର ସରକାର ଏଦିଗରେ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଉଜ୍ଜ୍ଵଳା ଦିଦି ସଂଘ ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.