ETV Bharat / state

କେନ୍ଦୁଝରରେ 'ବିକଶିତ ଭାରତ ସଂକଳ୍ପ ଯାତ୍ରା'ର ଶୁଭାରମ୍ଭ କଲେ ରାଜ୍ୟପାଳ

author img

By ETV Bharat Odisha Team

Published : Nov 15, 2023, 7:13 PM IST

Updated : Nov 15, 2023, 7:20 PM IST

Developed India Concept Tour: କେନ୍ଦୁଝର ଜିଲ୍ଲା ଗସ୍ତରେ ଥିବା ମହାମହିମ ରାଜ୍ୟପାଳ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ କରିଛନ୍ତି । ରାଜ୍ୟପାଳ ଭାବେ ଶପଥ ନେବା ପରେ ଏହା ତାଙ୍କର ପ୍ରଥମ ସରକାରୀ ଗସ୍ତ । ଅଧିକ ପଢନ୍ତୁ

odisha governor on keonjhar visit
କେନ୍ଦୁଝରରେ ରାଜ୍ୟପାଳ
କେନ୍ଦୁଝରରେ ରାଜ୍ୟପାଳ

କେନ୍ଦୁଝର: ଆଜି 'ତୃତୀୟ ଜନଜାତୀୟ ଗୌରବ ଦିବସ' ଅବସରରେ ପ୍ରଧାନମନ୍ତ୍ରୀ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ ହୋଇଛି । ଏହି ଯାତ୍ରାକୁ ଦେଶର ପ୍ରତି ରାଜ୍ୟରେ ମଧ୍ୟ ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଓଡ଼ିଶାର ମହାମହିମ ରାଜ୍ୟପାଳ କେନ୍ଦୁଝର ଜିଲ୍ଲାରେ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ରାଜ୍ୟପାଳ ଭାବେ ଶପଥ ନେବା ପରେ ମହାମହିମ ରାଜ୍ୟପାଳଙ୍କ ଏହା ପ୍ରଥମ ସରକାରୀ ଗସ୍ତ । ଆଜି ସକାଳୁ ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ କେନ୍ଦୁଝର ରାଇସୁଆଁ ସ୍ଥିତ ଏରୋଡ୍ରମ ପଡ଼ିଆରେ ଅବତରଣ କରିଥିଲେ ରାଜ୍ୟପାଳ । ସେଠାରୁ କାର୍‌ ଯୋଗେ ଆସି କେନ୍ଦୁଝର ପୌରପାଳିକା ଅଡିଟୋରିୟମଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ରାଜ୍ୟପାଳ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଖିଥିବା ବିକଶିତ ଭାରତ ସ୍ବପ୍ନକୁ ସାକାର କରିବାକୁ ହେଲେ ସରକାରୀ ଯୋଜନାକୁ ଗରିବରୁ ଅତି ଗରିବ ଶ୍ରେଣୀ ପର୍ଯ୍ୟନ୍ତ ପହଞ୍ଚାଇବାକୁ ପଡ଼ିବ । ଏହାସହ ସମାଜରେ ଥିବା ଗରିବ ଅବହେଳିତ ଆଦିବାସୀଙ୍କ ନିକଟରେ ସମସ୍ତ ଯୋଜନା ପହଞ୍ଚିଲେ ହିଁ ଭାରତର ବିକାଶ ସମ୍ଭବ ହେବ ।" କାର୍ଯ୍ୟକ୍ରମ ପରେ ଏକ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ମହାମହିମ ରାଜ୍ୟପାଳ ରଘୁବର ଦାସ । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଠାକରେ ଉଦବୋଧନ ଦେଇଥିବାବେଳେ ସଦର ବିଧାୟକ ମୋହନ ମାଝୀ, ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲ୍ଲାପରିଷଦ ଅଧ୍ୟକ୍ଷା, SDC ଅଧ୍ୟକ୍ଷା, ଜିଲ୍ଲାପରିଷଦ ସିଇଓ ପ୍ରମୁଖ ଉପସ୍ଥିତ ଥିଲେ ।

ସ୍ବଚ୍ଛତା ସୁବିଧା, ଜରୁରୀ ଆର୍ଥିକ ସେବା, ବିଦ୍ୟୁତ ସଂଯୋଗ, ଏଲପିଜି ସିଲିଣ୍ଡର ଯୋଗାଣ, ଗରିବଙ୍କୁ ପକ୍କା ଆବାସ, ଖାଦ୍ୟ ସୁରକ୍ଷା, ଉପଯୁକ୍ତ ପୁଷ୍ଟିସାଧନ, ଭରସାଯୋଗ୍ୟ ସ୍ବାସ୍ଥ୍ୟସେବା, ସ୍ବଚ୍ଛ ପାନୀୟ ଜଳ ଆଦି ବିଭିନ୍ନ କଲ୍ୟାଣମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ହିତାଧିକାରୀଙ୍କୁ ଏସବୁ ଯୋଜନାର ଅଧିକରୁ ଅଧିକ ଲାଭ ଯୋଗାଇ ଦେବା ନେଇ ଲକ୍ଷ୍ୟ ରଖାଯାଇଛି । ଏହାସହ ଜନସମ୍ପର୍କ ସ୍ଥାପନ ଲାଗି ଗୁରୁତ୍ବ ଦିଆଯିବ । ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ ସମୟରେ ସଂଗ୍ରହ କରାଯାଇଥିବା ବିବରଣୀ ଆଧାରରେ ସମ୍ଭାବ୍ୟ ହିତାଧିକାରୀଙ୍କ ପଞ୍ଜିକରଣ କରାଯିବ । ମୋଦି ବିକଶିତ ଭାରତ ସଂକଳ୍ପ ଯାତ୍ରା ଉପଲକ୍ଷେ ପ୍ରଧାନମନ୍ତ୍ରୀ ଝାଡଖଣ୍ଡର ଖୁଣ୍ଟିରୁ IEC(ସୂଚନା, ଶିକ୍ଷା ଓ ଯୋଗାଯୋଗ) ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏହା ବି ପଢନ୍ତୁ...PM In Jharkhand: ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଆଦିବାସୀ ବହୁଳ ଜନସଂଖ୍ୟା ଥିବା ଜିଲ୍ଲାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ ହେବ । ୨୫ ଜାନୁଆରୀ ୨୦୨୪ ସୁଦ୍ଧା ଦେଶର ସବୁ ଜିଲ୍ଲାରେ ଯାତ୍ରା ପହଞ୍ଚିବ । ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢେ ୯ଟାରେ ପ୍ରଧାନମନ୍ତ୍ରୀ ରାଞ୍ଚି ସ୍ଥିତ ଭଗବାନ ବିର୍ସା ମୁଣ୍ଡା ସ୍ମାରକୀ ଉଦ୍ୟାନ ତଥା ସ୍ବାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ତୃତୀୟ ଜନଜାତୀୟ ଗୌରବ ଦିବସ- ୨୦୨୩ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା' ଏବଂ ‘ପିଏମ ପିଭିଟିଜି ମିଶନର ଶୁଭାରମ୍ଭ କରିବା ସହ ପିଏମ-କିଷାନ ଯୋଜନାର ୧୫ତମ କିସ୍ତି ଜାରି କରି ଝାଡ଼ଖଣ୍ଡରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

Last Updated : Nov 15, 2023, 7:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.