ETV Bharat / state

ନିର୍ବାଚନ ପାଇଁ ନିରଞ୍ଜନଙ୍କ ବିଶାଳ ବାଇକ ରାଲି - keonjhar

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟରଙ୍କୁ ମୋହିବା ପାଇଁ ନିରଞ୍ଜନଙ୍କ ବିଶାଳ ବାଇକ ରାଲି। ଏହି ରାଲିରେ ନିରଞ୍ଜନଙ୍କ ଶତାଧିକ ସମର୍ଥକ ଯୋଗ ଦେଇଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି ଆନନ୍ଦପୁର
author img

By

Published : Apr 17, 2019, 10:34 AM IST

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡରେ ରାଜନୈତିକ ମାହୋଲ ସରଗରମ । ସାଧାରଣ ନିର୍ବାଚନ ପାଇଁ ନଜରରେ କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀ । ଏନେଇ ମଙ୍ଗଳବାର କଂଗ୍ରେସ ପକ୍ଷରୁ ଘଷିପୁରା ବ୍ଳକର ୧୨ ନମ୍ବର ଜୋନରେ ହୋଇଥିଲା ବିଶାଳ ବାଇକ ରାଲି । ଏଥିରେ କଂଗ୍ରେସ କର୍ମୀମାନେ ବିଭିନ୍ନ ପଞ୍ଚାୟତରେ ମାରାଥନ ପ୍ରଚାର ରୋଡ୍‌ ସୋ ଓ ପଥପ୍ରାନ୍ତ ସଭା କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିିନିଧି ଆନନ୍ଦପୁର

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ କଂଗ୍ରେସର ଜିଲ୍ଲା କାଯ୍ୟକାରୀ ସଭାପତି ରତିକାନ୍ତ ବରାଳ ଓ ବରିଷ୍ଠ କଂଗ୍ରସ ନେତା ସୁବ୍ରତ ଚକ୍ର ଏବଂ ଜିଲ୍ଲାର ଲୋକସଭା ପ୍ରାଥୀ ଏକତ୍ରିତ ହୋଇ ରାଲିରେ ଯୋଗ ଦେଇଥିଲେ। ଯେଉଁଥିରେ ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କୁ କରିଥିଲେ ଜୋରଦାର ଟାର୍ଗେଟ।

ଶତାଧିକ କର୍ମୀଙ୍କ ଗହଣରେ ନିରଞ୍ଜନ ପଟ୍ଟନାୟକ ପ୍ରଚାର କରି କଂଗ୍ରେସ ଦଳକୁ ବିପୁଳ ମାତ୍ରାରେ ଭୋଟ୍ ଦେଇ ଘଷିପୁରା ନିର୍ବାଚନ ମଣ୍ଡଳୀରେ ଜୟଯୁକ୍ତ କରିବାକୁ ଭୋଟରଙ୍କୁ ନିବେଦନ କରିଥିଲେ। ଏଥିରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା।

ଗତ ନିର୍ବାଚନରେ ନିରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହୋଇନଥିବାରୁ ତାଙ୍କୁ ଲୋକମାନେ ଝୁରିଛନ୍ତି। ଚଳିତ ବର୍ଷ ଘସିପୁରା ନିର୍ବାଚନ ମଣ୍ଡଳୀର ଲୋକମାନେ ତାଙ୍କ ପ୍ରିୟ ନେତାଙ୍କୁ ପାଇ ବହୁତ ଖୁସି ହୋଇଛନ୍ତି । ଏହି ପ୍ରଚାର ଦିନ ୮ ଟାରୁ ରାତି ୮ ଟା ପଯ୍ୟନ୍ତ ଚାଲିଥିଲା ଶ୍ରୀ ପଟ୍ଟନାୟକଙ୍କୁ ଘରେ ଘରେ ଫୁଲ ଚନ୍ଦନ ଲଗାଇ ସ୍ବାଗତ କରୁଥିବା ଦେଖିବାକୁ ମିଳିଛି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:Body:

gfgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.