ETV Bharat / state

ବୁଦା ମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର - Newborn baby Rescue from the bush in keonjhar

କେନ୍ଦୁଝର ସହରର ଶିଲୁଆ ଗାଁ ନିକଟସ୍ଥ ଆମ୍ବ ତୋଟାରେ ଥିବା ଏକ ବୁଦା ମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଥିବା ଜଣାପଡିଛି ।

ବୁଦା ମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର
ବୁଦା ମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର
author img

By

Published : Jun 4, 2020, 9:00 AM IST

କେନ୍ଦୁଝର: ବୁଦା ମୂଳରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସହରର ଶିଲୁଆ ଗାଁରେ ।

ବୁଦା ମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଆଜି ସକାଳୁ ଶିଲୁଆ ଗାଁ ନିକଟସ୍ଥ ଆମ୍ବ ତୋଟାରେ ଥିବା ଏକ ବୁଦା ମୂଳରୁ ଏକ ଛୋଟ ଛୁଆର କାନ୍ଦ ଶୁଭିଥିଲା । ଶିଲୁଆ ଗାଁ ର କିଛି ଲୋକେ ପ୍ରାତଃ ଭ୍ରମଣ କରୁଥିବାବେଳେ ବୁଦା ମୂଳେ ନବଜାତ ଶିଶୁ ପୁତ୍ରଟି ଏକ ଅଖାରେ ଗୁଡା ହୋଇ ପଡିଥିବା ଦେଖିବାକୁ ପାଇଥିଲେ ।

ଏହାପରେ ସ୍ଥାନୀୟ କିଛି ଯୁବକ ନବଜାତକକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଶିଶୁଟିର ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡିଛି । ଏନେଇ ଟାଉନ ଥାନା ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.