ETV Bharat / state

ଗୁଣି ଗାରେଡି ସନ୍ଦେହ: ବଡ ମାଆକୁ ହାଣିଲା ପୁତୁରା - ହିରାମଣି

ଗୁଣି ଗାରେଡି ସନ୍ଦେହରେ ହତ୍ୟା । ମଙ୍ଗଳାବର ରାତି ଘଟଗାଁ ଥାନା ଅନ୍ତର୍ଗତ ଗଡଦାଧରପୁର ପଞ୍ଚାୟତ ଧନୁର୍ଜୟପୁର ଗ୍ରାମରେ ପୁତୁରାର ଭୁଜାଲି ମାଡରେ ଗୁରୁତର ହୋଇଛି ବଡମାଆ ।

ଗୁଣି ଗାରେଡି ସନ୍ଦେହ: ବଡ ମାଆକୁ ଭୁଜାଲିରେ ହାଣିଲା ପୁତୁରା
author img

By

Published : Aug 28, 2019, 11:12 AM IST

କେନ୍ଦୁଝର: ଜିଲ୍ଲାରେ ପିଛା ଛାଡୁନି ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ । ମଙ୍ଗଳାବର ରାତି ଘଟଗାଁ ଥାନା ଅନ୍ତର୍ଗତ ଗଡଦାଧରପୁର ପଞ୍ଚାୟତ ଧନୁର୍ଜୟପୁର ଗ୍ରାମରେ ପୁତୁରାର ଭୁଜାଲି ମାଡରେ ଗୁରୁତର ହୋଇଛି ବଡମାଆ । ଏହି ହତ୍ୟାକାଣ୍ଡ ଗୁଣିଗାରେଡି ସନ୍ଦେହକୁ ନେଇ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଗୁଣି ଗାରେଡି ସନ୍ଦେହ: ବଡ ମାଆକୁ ଭୁଜାଲିରେ ହାଣିଲା ପୁତୁରା

ତେବେ ଉକ୍ତ ଗ୍ରାମର ମନୋଜ ମହାନ୍ତଙ୍କ ବାପା କିଛିଦିନ ହେବ ରୋଗରେ ପଡିଥିଲେ । ଏହି ରୋଗ ହେବାର କାରଣ ଗୁଣିଗାରେଡି ହୋଇଥିବା ସେ ସନ୍ଦେହ କରୁଥିଲେ । ମନୋଜ ତାଙ୍କ ବଡମାଆ ହିରାମଣି ଏହି ଗୁଣି ଗାରେଡି କରୁଥିବା ସନ୍ଦେହ କରିଥିଲେ । ଏହାସହ ସେ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲେ ।

ତେବେ ହତ୍ୟା ଧମକ ପରେ ଥାନାରେ ଅଭିଯୋଗ କରିଥିଲେ ହିରାମଣିଙ୍କ ପରିବାର । କିନ୍ତୁ ଥାନା ଅଧିକାରୀ କିଛି ଶୁଣିନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ହତ୍ୟା ଧମକ ପରେ ଗତକାଲି(ମଙ୍ଗଳବାର) ରାତି ମନୋଜ ଏକ ଭୁଜାଲି ସାହାଯ୍ୟରେ ବଡମାଆ ହିରାମଣିଙ୍କ ପାଟିକୁ ହାଣି ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତେବେ ହତ୍ୟାକାଣ୍ଡ ପରେ ମନୋଜ ଲୁଚି ରହିଥିଲେ । କୌଣସି ସୂତ୍ରରୁ ଖବର ପାଇ ଘଟଗାଁ ପୋଲିସ ତାଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଗୁଣିଗାରେଡି ସନ୍ଦେହରେ ବଡମା କୁ ଭୁଜାଲି ରେ ହତ୍ୟା ଉଦ୍ୟମ କଲା ପୁତୁରାBody:
ଆଙ୍କର- କେନ୍ଦୁଝର ଜିଲ୍ଲାରେ ଯେପରି ଗୁଣିଗାରେଡି ସନ୍ଦେହ ରେ ହତ୍ୟା ଅଭିଯୋଗ ପିଛା ଛାଡୁ ନାହିଁ । ଗତକାଲି ରାତି ଘଟଗାଁ ଥାନା ଅନ୍ତର୍ଗତ ଗଡ଼ଦାଧରପୁର ପଞ୍ଚାୟତର ଧନୁର୍ଜୟପୁର ଗ୍ରାମରେ ପୁତୁରା ର ଭୁଜାଲି ମାଡ଼ରେ ବଡ଼ ମା ଗୁରୁତର ହୋଇଛି । ଏହି ହତ୍ଯାକାଣ୍ଡ ଗୁଣିଗାରେଡି ସନ୍ଦେହକୁ ନେଇ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଉକ୍ତ ଗ୍ରାମର ମନୋଜ ମହାନ୍ତ ଙ୍କ ବାପା କିଛିଦିନ ହେବ ରୋଗରେ ପଡ଼ିଥିଲେ । ଏହି ରୋଗ ହେବାର କାରଣ ଗୁଣିଗାରେଡି ହୋଇଥିବା ସେ ସନ୍ଦେହ କରୁଥିଲେ । ମନୋଜ ତାଙ୍କ ବଡ଼ମା ହିରାମଣି ଏହି ଗୁଣିଗାରେଡି କରୁଥିବା ସନ୍ଦେହ କରି ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲେ । ହତ୍ୟା ଧମକ ପରେ ଏନେଇ ଥାନା ରେ ଅଭିଯୋଗ ମଧ୍ୟ କରିଥିଲେ ହିରାମଣି ଙ୍କ ପରିବାର ଲୋକେ । କିନ୍ତୁ ଥାନା ଅଧିକାରୀ କିଛି ଶୁଣିନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ହତ୍ୟା ଧମକ ପରେ ଗତକାଲି ରାତି ମନୋଜ ଏକ ଭୁଜାଲି ସାହାଯ୍ୟ ରେ ବଡ଼ମା ହିରାମଣି ଙ୍କ ପାଟିକୁ ହାଣି ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଗୁରୁତର ଅବସ୍ଥାରେ ହିରାମଣି ଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହତ୍ୟାକାଣ୍ଡ ପରେ ମନୋଜ ଲୁଚି ଥିବା ବେଳେ ଘଟଗାଁ ପୋଲିସ ତାଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.