ETV Bharat / state

ଧାନ ବିକ୍ରି ଟଙ୍କା ନମିଳିଲେ ଗଣ ସତ୍ୟାଗ୍ରହ କରିବ ନବନିର୍ମାଣ କୃଷକ ସଙ୍ଗଠନ - ଗଣ ସତ୍ୟାଗ୍ରହ କରିବ ନବନିର୍ମାଣ କୃଷକ ସଙ୍ଗଠନ

କେନ୍ଦୁଝର ଜିଲ୍ଲାରେ ଚାଷୀଙ୍କ ଧାନ ବିକ୍ରିର ଟଙ୍କାରେ ହେରଫେର ହୋଇଥିବା ଅଭିଯୋଗ କରିଛି ନବନିର୍ମାଣ କୃଷକ ସଂଗଠନ । ୬୮ ଜଣ ଚାଷୀ 6 ମାସ ହେବ ଧାନ ବିକ୍ରି କରିଥିଲେ ହେଁ ଏହାର ପ୍ରାପ୍ୟ ପାଇ ପାରି ନାହାନ୍ତି । ଫଳରେ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଧାନ ବିକ୍ରି ଟଙ୍କା ନମିଳିଲେ ଗଣ ସତ୍ୟାଗ୍ରହ କରିବ ନବନିର୍ମାଣ କୃଷକ ସଙ୍ଗଠନ

author img

By

Published : Sep 11, 2020, 2:01 PM IST

କେନ୍ଦୁଝର: ଜିଲ୍ଲା ପ୍ରଶାସନର ଅପାରଗତାର ପ୍ରଭାବ ଚାଷୀଙ୍କ ଉପରେ ପଡିଛି । ସାହାରପଡା ବ୍ଲକ ସମବାୟ ସମିତି ଅଧୀନରେ ଥିବା ୬୮ ଜଣ ଚାଷୀ 6 ମାସ ହେବ ଧାନ ବିକ୍ରି କରିଥିଲେ ହେଁ ଏହାର ପ୍ରାପ୍ୟ ପାଇ ପାରି ନାହାନ୍ତି । ଫଳରେ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହି ଚାଷୀଙ୍କ ଧାନ ବିକ୍ରିର ଟଙ୍କାରେ ହେରଫେର ହୋଇଥିବା ଅଭିଯୋଗ କରିଛି ନବନିର୍ମାଣ କୃଷକ ସଂଗଠନ । ଆଜି ଏକ ସାମ୍ବାଦିକ ସମ୍ମିଳନୀକରି ଏହି ଚାଷୀଙ୍କ ଟଙ୍କା ଜିଲ୍ଲା ପ୍ରଶାସନ ପ୍ରଦାନ କରିବାକୁ ଦାବି କରିଛି ସଂଗଠନ ।

ଏହା ସହ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ସଂଗଠନ । ଏହା ଯଥାଶୀଘ୍ର ନକଲେ ଆଗାମୀ ସେପ୍ଟେମ୍ବର ୧୪ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ସତ୍ୟାଗ୍ରହ କରିବ ବୋଲି ଚେତାବନୀ ଦେଇଛନ୍ତି ନବନିର୍ମାଣ କୃଷକ ସଂଗଠନ ର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ଉକ୍ତ ୬୮ ଚାଷୀଙ୍କ ସହ ଜିଲ୍ଲାର ଶହ ଶହ ଚାଷୀ ଏହି ସତ୍ୟାଗ୍ରହ ରେ ଯୋଗଦେବେ ବୋଲି ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.