ETV Bharat / state

ମୋଦି ବିଶ୍ବର ଶ୍ରେଷ୍ଠ ଲୋକପ୍ରିୟ ନେତା: ବିଜୟପାଲ ସିଂ ତୋମାର - 9Years Of Modi Government

ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟ କରି ତୋମାର କହିଛନ୍ତି, ଗରୀବଙ୍କ ପାଇଁ ରାସନ, ଗୃହ, ଶୌଚାଳୟ, ବିଦ୍ୟୁତ, ରନ୍ଧନ ଗ୍ୟାସ, ସ୍ବାସ୍ଥ୍ୟ ଆଦିକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରାଥମିକତା ଦେଇ ଆସିଥିବା ୯ବର୍ଷ ଶାସନକାଳରେ ତାହା ପ୍ରମାଣତ କରିଛନ୍ତି ବୋଲି ତୋମାର କହିଛନ୍ତି। ଅଧିକ ପଢନ୍ତୁ

ମୋଦି ବିଶ୍ବର ଶ୍ରେଷ୍ଠ ଲୋକପ୍ରିୟ ନେତା: ବିଜୟପାଲ ସିଂ ତୋମାର

author img

By

Published : Jun 9, 2023, 10:33 PM IST

ମୋଦି ବିଶ୍ବର ଶ୍ରେଷ୍ଠ ଲୋକପ୍ରିୟ ନେତା: ବିଜୟପାଲ ସିଂ ତୋମାର

କେନ୍ଦୁଝର: ଆଜିକୁ ୯ ବର୍ଷ ତଳେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ ସମୟରେ ଦେଶର ଗରୀବ, ପଛୁଆ, କୃଷକଙ୍କ ବିକାଶ ଦିଗରେ ସର୍ବାଧିକ ଗୁରୁତ୍ବ ଦେବେ ବୋଲି କହିଥିଲେ। ଆଜି ୯ ବର୍ଷ ପରେ ତାହା ପ୍ରମାଣିତ ହୋଇଛି । ଖାଲି ଏତିକି ନୁହେଁ ଏହି 9 ବର୍ଷରେ ବିଶ୍ବର ସବୁଠାରୁ ଶ୍ରେଷ୍ଠ ଲୋକପ୍ରିୟ ନେତା ହେବା ସହ ଦେଶର ସମ୍ମାନକୁ ବଢାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଜେପି ନେତୃତ୍ବାଧୀନ ଏନଡିଏ ସରକାରର ୯ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଚାଲିଥିବା ଗରୀବ କଲ୍ୟାଣ ଅଭିଯାନ ଅନ୍ତର୍ଗତ କେନ୍ଦୁଝର ଜିଲା ବିଜେପି କାର୍ଯ୍ୟାଳୟରେ ପ୍ରେସମିଟ କରି ଏହା କହିଛନ୍ତି ରାଜ୍ୟସଭା ସାଂସଦ ତଥା ଓଡିଶା ବିଜେପିର ସହପ୍ରଭାରୀ ବିଜୟପାଲ ସିଂ ।

ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟ କରି ତୋମାର କହିଛନ୍ତି, ଗରୀବଙ୍କ ପାଇଁ ରାସନ, ଗୃହ, ଶୌଚାଳୟ, ବିଦ୍ୟୁତ, ରନ୍ଧନ ଗ୍ୟାସ, ସ୍ବାସ୍ଥ୍ୟ ଆଦିକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରାଥମିକତା ଦେଇ ଆସିଥିବା ୯ବର୍ଷ ଶାସନକାଳରେ ତାହା ପ୍ରମାଣତ କରିଛନ୍ତି ବୋଲି ତୋମାର କହିଛନ୍ତି।

ସେହିପରି କରୋନା ମହାମାରୀର ଦୃଢ ମୁକାବିଲା କରି ଦେଶର ୮୦ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ ମାଗଣା ଟିକା ପ୍ରଦାନ ସହ ୧୧୦ ଦେଶକୁ ଟିକା ରପ୍ତାନୀ କରି ଭାରତ ଦକ୍ଷତା ପ୍ରତିପାଦନ କରିପାରିଛି। କେବଳ ଏତିକି ନୁହେଁ ମହାମାରୀ କରୋନା ସମୟରେ ଦିବ୍ୟାଙ୍ଗ, ମହିଳା ଓ କୃଷକଙ୍କ ପାଇଁ ମୋଦି ସରକାର ସ୍ବତନ୍ତ୍ର ପ୍ୟାକେଜ ପ୍ରଦାନ କରି କଠିନ ସମୟରେ ସାଥ‌ ଦେଇଥିବା ତୋମାର କହିଥିଲେ।

ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଅଛନ୍ତି ଓଡିଶା ସହ ପ୍ରଭାରୀ ବିଜୟପାଲ ସିଂ ତୋମାର । ପ୍ରଥମ ଦିନରେ ତୋମାର ଘଟଗାଁ ମା ତାରିଣୀଙ୍କର ଦର୍ଶନ କରିବା ପରେ ଘଷିପୁରା ନିର୍ଵାଚନ ମଣ୍ଡଳୀ ଅନ୍ତର୍ଗତ ପଇଦାପାଟଣା ପଞ୍ଚାୟତ ଠାରେ ଜନସମାବେଶରେ ଯୋଗ ଦେଇଥିଲେ । ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ମୋଦି ସରକାରଙ୍କ ୯ ବର୍ଷର ଉପଲବ୍ଧି ବିଷୟରେ ପ୍ରେସମିଟ କରିଥିଲେ ।

ପରେ ଇପିଏଫଓ କାର୍ଯ୍ୟାଳୟ ବୁଲି ଦେଖିଥିଲେ । ଏହା ପରେ ପାଟଣା ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ଯମୁନାପଶି ଗ୍ରାମରେ ଶକ୍ତିକେନ୍ଦ୍ର ଲାଭାର୍ଥୀଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ପଦ୍ମଶ୍ରୀ ମାଗୁଣି କୁଅଁର ଓ ସାମାଜିକ କର୍ମୀ କୈଳାସ ପଣ୍ଡାଙ୍କ ଘରେ ସମ୍ପର୍କ ମାଧ୍ୟମରେ ସମର୍ଥନ ପାଇଁ ଆଲୋଚନା କରିଥିଲେ । ପରେ ତୋମାର ବିଜେପି କାର୍ଯ୍ୟକର୍ତାଙ୍କ ଘରେ ଭୋଜନ କରିଥିଲେ ।

ଆସନ୍ତାକାଲି ତୋମାର ରୋଟାରୀ କ୍ଲବ ସଭାପତିଙ୍କ ସହ ଆଲୋଚନା ପରେ ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପରେ ତେଲକୋଇ ନିର୍ବାଚନ ମଣ୍ଡଳୀର ତେନ୍ତଳାପଶି ଓ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରଣପୁର ଠାରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ତ୍ବତାବଧାନରେ ତୋମାରଙ୍କ ସମସ୍ତ କାର୍ଯ୍ୟସୂଚୀ ପରିଚାଳନା ହେଉଥିବା ବେଳେ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତା ସାମିଲ ହୋଇଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.