ETV Bharat / state

ଅନଲାଇନ ପାଠପଢା ପାଇଁ ପାହାଡ ଚଢା - କେନ୍ଦୁଝରରେ ଅନଲାଇନ ପଢାରେ ସମସ୍ୟା

କୋରୋନା ମହାମାରୀ ସମୟରେ ଠପ୍‌ ହୋଇ ପଡିଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ସ୍ବାଭାବିକ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅନଲାଇନ ଶିକ୍ଷା ବ୍ୟବସ୍ଥା । ହେଲେ ନେଟୱାର୍କ ନଥିବାରୁ ପାହାଡ ଉପରେ ନିର୍ଭର କରୁଛନ୍ତି କେନ୍ଦୁଝରର ଅପହଞ୍ଚ ଗାଁର ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ ...

online class on mountain, keonjhar latest news, online classes in keonjhar, problem in online class in keonjhar, online study amid pandemic, ପାହାଡରେ ଅନଲାଇନ ପାଠ ପଢା, କେନ୍ଦୁଝର ଲାଟେଷ୍ଟ ନ୍ୟୁଜ୍‌, କେନ୍ଦୁଝରରେ ଅନଲାଇନ ପାଠପଢା, କେନ୍ଦୁଝରରେ ଅନଲାଇନ ପଢାରେ ସମସ୍ୟା, କୋରୋନା ସମୟରେ ଅନଲାଇନ ପଢା
ଅନଲାଇନ ପାଠପଢା ପାଇଁ ଏଠି ପାହାଡ ସାହା ଭରସା
author img

By

Published : Aug 11, 2020, 1:41 PM IST

କେନ୍ଦୁଝର: କୋରୋନା ସମୟରେ ପାଠ ପଢାର ବିକଳ ଚିତ୍ର, ଅନଲାଇନ ପାଠପଢ଼ା ପାଇଁ ପାହାଡ ଭରସା । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ । ପାଠ ପଢିବା ପାଇଁ ପାହାଡକୁ ଭରସା କରୁଛନ୍ତି ଛାତ୍ରଛାତ୍ରୀ । ଗାଁରେ ମୋବାଇଲ ନେଟଓ୍ବାର୍କ ନଥିବାରୁ ଦୈନିକ ଛାତ୍ରଛାତ୍ରୀମାନେ ପାହାଡ ଉପରେ ଚଢି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି । କେତେବେଳେ ନେଟଓ୍ବାର୍କ ଆସୁଛି ତ ଆଉ କେତେବେଳେ ଆସୁନାହିଁ । ତଥାପି ସେମାନେ ହାର ନମାନି ପାଠ ପଢିବା ପାଇଁ ବିପଦ ସଙ୍କୁଳ ଅବସ୍ଥାରେ ପାହାଡ ଚଢୁଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଓ ବାଂଶପାଳ ଭଳି ବିଭିନ୍ନ ଅପହଞ୍ଚ ଗାଁରେ ।

ଅନଲାଇନ ପାଠପଢା ପାଇଁ ଏଠି ପାହାଡ ସାହା ଭରସା

କୋରୋନାର ଭୟାବହତା ସମୟରେ ସରକାର ସମସ୍ତ ସ୍କୁଲ କଲେଜ ବନ୍ଦ କରିଛନ୍ତି । ପିଲାଙ୍କ ପାଠପଢ଼ାରେ କୌଣସି ଅସୁବିଧା ନହେଉ ସେଥିପାଇଁ ଅନଲାଇନ ପାଠପଢ଼ା ଉପରେ ସରକାର ଗୁରୁତ୍ବ ଦେଇଛନ୍ତି । ତେବେ ଗାଁ ଗହଳିରେ ମୋବାଇଲ ନେଟଓ୍ବାର୍କ ଉପଲବ୍ଧ ହେଉନଥିବାରୁ ପିଲାମାନେ ପାହାଡ ଓ ଗଛ ଉପରେ ନେଟଓ୍ବାର୍କ ଖୋଜୁଛନ୍ତି । ଏବେ ସରକାର ଅନଲାଇନ ପାଠପଢ଼ା ଆରମ୍ଭ କରିଥିବା ବେଳେ ଗାଁରେ ମୋବାଇଲ ନେଟଓ୍ବାର୍କ ନଥିବାରୁ 3-4 କିଲୋମିଟର ଦୂରରେ ଥିବା ପାହାଡକୁ ଅନଲାଇନ ପାଠ ପଢିବାକୁ ଯାଉଛନ୍ତି । ସେଠାରେ ବନ୍ୟ ଜନ୍ତୁଙ୍କ ଭୟ ରହିଥିବା ବେଳେ ପାହାଡ ଚଢିବା ମଧ୍ୟ କଷ୍ଟକର ହୋଇ ପଡୁଛି ଛାତ୍ରଛାତ୍ରୀମାନଙ୍କ ପାଇଁ ।

କେବଳ ଛାତ୍ରଛାତ୍ରୀ ନୁହେଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଏହି ମୋବାଇଲ ନେଟୱାର୍କର ଶିକାର ହେଉଛନ୍ତି । ଅନଲାଇନ କ୍ଲାସରେ କିପରି ପିଲାଙ୍କୁ ପାଠ ପଢ଼ାଇବେ ସେନେଇ ମଧ୍ୟ ଯେଉଁଠି ନେଟୱାର୍କ ଅଛି ସେଠାରେ ମୋବାଇଲ ଖୋଲି ବସୁଛନ୍ତି । ଛାତ୍ରଛାତ୍ରୀମାନଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଏଭଳି ଅପହଞ୍ଚ ସ୍ଥାନମାନଙ୍କରେ ବହୁ ହଇରାଣର ଶିକାର ହେଉଛନ୍ତି । ଏଭଳି କୋରୋନା ମହମାରୀ ସମୟରେ ସରକାରଙ୍କ ଏଭଳି ଅନଲାଇନ କ୍ଲାସକୁ ବୁଦ୍ଧିଜୀବୀ ସ୍ବାଗତ କରିଥିବା ବେଳେ ନେଟୱାର୍କ ଓ ସ୍ମାର୍ଟଫୋନଜନିତ ସମସ୍ୟାକୁ ନେଇ ଛାତ୍ରଛାତ୍ରୀଙ୍କ ଅସୁବିଧା ଭୋଗୁଥିବା ଯୋଗୁଁ ପ୍ରଶ୍ନ କରିଛନ୍ତି ।

ସେପଟେ ଜିଲ୍ଲା ଶିକ୍ଷାଧିକାରୀ ଅନଲାଇନ କ୍ଲାସ ପାଇଁ ହ୍ଵାଟ୍ସସାପ ଗ୍ରୁପ କରାଯାଇଛି । ଏଥିରେ ପିଲାମାନେ ଭୋଗୁଥିବା ଅନେକ ସମସ୍ୟାର ସମାଧାନ ଏଠାରେ କରାଯାଉଛି । ଅତ୍ୟାବଶ୍ୟକସ୍ଥଳେ ଦୂରଦର୍ଶନରେ ପିଲାଙ୍କ ପାଠପଢା ହେଉଛି । ହେଲ ନେଟୱାର୍କ ସମସ୍ୟା ନେଇ ପ୍ରଶ୍ନ କରିବାରୁ ସେ ବିଷୟରେ ତାଙ୍କ ପାଖରେ ଖବର ନଥିବା ନେଇ ପ୍ରକାଶ କରିଥିଲେ ।

ମହାମାରୀ ସମୟରେ ହଜାର ଅସୁବିଧା ସତ୍ତ୍ବେ ଛାତ୍ରଛାତ୍ରୀଙ୍କ ପାଠପଢାକୁ ସ୍ବାଭାବିକ ରଖିବା ପାଇଁ ରାଜ୍ୟ ସରକାର ଜାରି ରଖିଛନ୍ତି ଅନେକ ଯୋଜନା । ହେଲେ ସ୍ମାର୍ଟଫୋନରେ ଅନଲାଇନ କ୍ଲାସର ସୁବିଧା ଆଜି ବି ଅନେକଙ୍କ ପାଇଁ ସ୍ବପ୍ନ । ଏମିତିରେ ରାଜ୍ୟର ଅନେକ ଅପହଞ୍ଚ ଇଲାକାରେ ଗୁରୁତର ସମସ୍ୟା ଭାବେ ଉଭା ହୋଇଥିବା ନେଟୱାର୍କ ସମସ୍ୟାର କିପରି ହେଉଛି ସମାଧାନ, ତାହାକୁ ସଭିଙ୍କ ଅପେକ୍ଷା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.