ETV Bharat / state

ସୀମା ଟପିଲା ପାଶବିକତା, ନାବାଳିକାର ହାତ ଗୋଡ଼ ବାନ୍ଧି ଦୁଷ୍କର୍ମ

କେନ୍ଦୁଝର ବଡ଼ବିଲ ଥାନା ଅଞ୍ଚଳରେ ନାବାଳିକାକୁ ହାତ ଗୋଡ଼ ବାନ୍ଧି ଦୁଷ୍କର୍ମ ଅଭିଯୋଗ । ଘଟଣା ପ୍ରଘଟ ହେବା ଭୟରେ ନାବାଳିକାକୁ ପଥରରେ ଛେଚି ହତ୍ୟା ଉଦ୍ୟମ କଲା ଦୁଷ୍କର୍ମକାରୀ । ଅଧିକ ପଢନ୍ତୁ

author img

By

Published : Apr 23, 2022, 12:45 PM IST

କେନ୍ଦୁଝରେ ଲଜ୍ଜା, ନାବାଳିକାର ହାତ ଗୋଡ଼ ବାନ୍ଧି ଦୁଷ୍କର୍ମ

କେନ୍ଦୁଝର: ଜିଲ୍ଲାରେ ଲଜ୍ଜା । ଜଣେ ୧୦ ବର୍ଷର ନାବାଳିକାକୁ ହାତ ଗୋଡ଼ ବାନ୍ଧି ଦୁଷ୍କର୍ମ । ଘଟଣା ପ୍ରଘଟ ହେବା ଭୟରେ ନାବାଳିକାକୁ ପଥରରେ ଛେଚି ହତ୍ୟା ଉଦ୍ୟମ କଲା ଦୁଷ୍କର୍ମକାରୀ । ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ବଡ଼ବିଲ ଥାନା ଅଞ୍ଚଳରୁ ।

ସୂଚନା ଅନୁଯାୟୀ, ଗତକାଲି ନାବାଳିକା ଜଣଙ୍କ ଶୌଚ ହେବାକୁ ଯାଉଥିବା ବେଳେ ଗ୍ରାମର ଜଣେ ବୟସ୍କ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିଥିଲେ । ନାବାଳିକାର ହାତ ଗୋଡ ବାନ୍ଧି ଏଭଳି ଘଟାଇବା ପରେ କେହି ଯେମିତି ନଜାଣିବେ ସେନେଇ ପଥରରେ ଛେଚି ପୀଡିତାଙ୍କୁ ହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ । ଏହାପରେ ପୀଡିତା ଜଣଙ୍କ ଚେତାଶୂନ୍ୟ ହେବା ପରେ ଛାଡି ପଳାଇଥିଲା ଦୁଷ୍କର୍ମକାରୀ ।

ନାବାଳିକାକୁ ସ୍ଥାନୀୟ ଲୋକେ ଦେଖିବା ପରେ ତାଙ୍କୁ ବଡ଼ବିଲ ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଘଟଣାରେ ସଂପୃକ୍ତ ଦୋଷୀକୁ ଗିରଫ କରି କଠୋର ଦଣ୍ଡ ଦେବାକୁ ପରିବାର ଲୋକ ଦାବି କରିଛନ୍ତି । କେନ୍ଦୁଝର ପୋଲିସ ଘଟଣାକୁ ଗୁରୁତ୍ୱ ନେଇ ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.