ଆନନ୍ଦପୁର: ବିଦ୍ୟୁତ ତାର ସଂସ୍ପର୍ଶ ଆସି ନାବାଳକ ମୃତ । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅଞ୍ଚଳରେ । ମୃତକ ଜଣଙ୍କ ହେଉଛନ୍ତି ଖସାପଦା ଗ୍ରାମର ମାଟୁମୁଣ୍ଡାଙ୍କ ୧୪ବର୍ଷର ପୁଅ ଆକାଶ ମୁଣ୍ଡା ।
ଆକାଶ ଛେଳି ଆଣିବା ପାଇଁ ବାହାରକୁ ଯାଇଥିବା ବେଳେ ରାସ୍ତାରେ ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ତେବେ ତାଙ୍କୁ ଆନନ୍ଦପୁର ମେଡ଼ିକାଲକୁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ