ଆନନ୍ଦପୁର: ଏମିତିବି ଆସେ ମୃତ୍ୟୁ । ଆନନ୍ଦପୁର ଥାନା ଶିବନାରାୟଣପୁର ଗାଁରେ ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତକ ହେଲେ ପ୍ରମୋଦ ପାଳଙ୍କ ୧୪ ବର୍ଷିୟ ପୁଅ ସରୋଜ ।
ଶୁକ୍ରବାର ସରୋଜ ଗାଁ ପୋଖରୀକୁ ଏକାକୀ ଗାଧୋଇବାକୁ ଯାଇଥିଲେ । ତେବେ ହଠାତ୍ ଗୋଡ ଖସିଯିବାରୁ ରଭୀର ପାଣିରେ ବୁଡି ଯାଇଥିଲେ ସରୋଜ । ପାଣିରେ ବୁଡି ଯିବା ସମୟରେ ବଞ୍ଚିବାକୁ ଆକୁଳ ଚିତ୍କାର କରିଥିଲେ ।
ଚିତ୍କାର ଶୁଣି ସେହି ବାଟେ ଯାଉଥିବା ଗାଁର କିଛି ଲୋକେ ପୋଖରୀ କୂଳକୁ ଯାଇଥିଲେ । ହେଲେ ସେତେବେଳକୁ ସରୋଜ ସମ୍ପୂର୍ଣ୍ଣ ପାଣିରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ଏକ ବାଇକ୍ ଯୋଗେ ଆନନ୍ଦପୁର ଚିକିତ୍ସାଳୟରେ ପହଞ୍ଚାଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆନନ୍ଦପୁର ପୋଲିସ ମୃତଦେହ ଜବଦ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଆନନ୍ଦପୁରରୁ ସ୍ମତି ରଞ୍ଜନ ବିହାରୀ, ଇଟିଭି ଭାରତ