ETV Bharat / state

ଐତିହାସିକ ସୀତାବିଞ୍ଜ: କାଗଜ କଲମରେ ପର୍ଯ୍ୟଟନସ୍ଥଳୀ ମାନ୍ୟତା, ଅସନ୍ତୋଷ ପର୍ଯ୍ୟଟକ - ସୀତାବିଞ୍ଜ

ପର୍ଯ୍ୟଟନସ୍ଥଳୀ ମାନଙ୍କ ମଧ୍ୟରୁ ଐତିହାସିକ ସୀତାବିଞ୍ଜ ଅନ୍ୟତମ । କିମ୍ବଦନ୍ତୀ କୁହେ ଏଠାରେ ସୀତାଙ୍କ ଭଣ୍ଡାର ଘର ଥିବା ବେଳେ ଲବକୁଶଙ୍କ ଏହା ଏନ୍ତୁଡିଶାଳ । ପର୍ଯ୍ୟଟନ ବିଭାଗ ମାନଚିତ୍ରରେ ସାମିଲ ହୋଇଥିବା ଏହି ସୀତାବିଞ୍ଜ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ସୀତାବିଞ୍ଜକୁ ମାନ୍ୟତା ଦେଇ ଭୁଲିଗଲେ ସରକାର, ପର୍ଯ୍ୟଟକଙ୍କ ପାଇଁ ନାହିଁ କୌଣସି ସୁବିଧା

author img

By

Published : Dec 14, 2020, 7:07 PM IST

Updated : Dec 15, 2020, 4:57 PM IST

କେନ୍ଦୁଝର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କେନ୍ଦୁଝରର ପର୍ଯ୍ୟଟନ ସ୍ଥଳୀ । ସେଥିପାଇଁ ତ କାହିଁ କେତେ ଦୂରରୁ ପର୍ଯ୍ୟଟକମାନେ ଏଠାକୁ ଧାଇଁ ଆସିଥାନ୍ତି । ତେବେ ସେହି ପର୍ଯ୍ୟଟନସ୍ଥଳୀମାନଙ୍କ ମଧ୍ୟରୁ ଐତିହାସିକ ସୀତାବିଞ୍ଜ ଅନ୍ୟତମ । କିମ୍ବଦନ୍ତୀ କୁହେ ଏଠାରେ ସୀତାଙ୍କ ଭଣ୍ଡାର ଘର ଥିବାବେଳେ ଲବକୁଶଙ୍କ ଏହା ଏନ୍ତୁଡିଶାଳ ।

ରାମାୟଣ ଯୁଗ ସହ ସମ୍ପର୍କ ଥିବା ଏହି ପର୍ଯ୍ୟଟନସ୍ଥଳୀ ଘଟଗାଁ ବ୍ଲକ ଅନ୍ତର୍ଗତ ମନହରପୁର ପଞ୍ଚାୟତରେ ଅବସ୍ଥିତ । ଏଠାରେ ଷଷ୍ଠ ଶତାବ୍ଦୀର ଶିଳାଲିପି ମଧ୍ୟ ରହିଛି । କିନ୍ତୁ ରାଜ୍ୟର ପର୍ଯ୍ୟଟନ ବିଭାଗ ମାନଚିତ୍ରରେ ସାମିଲ ହୋଇଥିବା ଏହି ସୀତାବିଞ୍ଜ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ।

ସୀତାବିଞ୍ଜକୁ ମାନ୍ୟତା ଦେଇ ଭୁଲିଗଲେ ସରକାର, ପର୍ଯ୍ୟଟକଙ୍କ ପାଇଁ ନାହିଁ କୌଣସି ସୁବିଧା

ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ଥିବା ଏହି ଐତିହାସିକ ସ୍ଥଳ ବ୍ୟାପକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି । 107 ଏକର ପରିମିତ ଏହି ପର୍ଯ୍ୟଟନ ସ୍ଥଳ ଏକ ମାତ୍ର କର୍ମଚାରୀଙ୍କ ତତ୍ତ୍ବାବଧାନରେ ରହିଛି । ତାଙ୍କୁ ବି ଏଯାଏଁ ମିଳିନି ପରିଚୟପତ୍ର । ଏପଟେ ସୁଗମ ପଥ ନଥିବାରୁ ପର୍ଯ୍ୟଟକମାନେ ମଧ୍ୟ ମୁହଁ ଫେରାଉ ନେଉଥିବା ଦେଖାଦେଉଛି । ଏପରି ସ୍ଥଳେ ସତେ ଲାଗୁଛି କେବଳ ସରକାରୀ କାଗଜପତ୍ରରେ ହିଁ ରହିଯାଇଛି ପର୍ଯ୍ୟଟନ ସ୍ଥଳର ମାନ୍ୟତା । ଏନେଇ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Dec 15, 2020, 4:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.