କେନ୍ଦୁଝର: ହାଣ୍ଡିଆ ପିଆକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କାଟେଣିପଶି ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା ।
ସୂଚନା ମୁତାବକ କାଟେଣିପଶି ଗାଁ ର ମଧୁସୂଦନ ତିରିଆ ମାଙ୍ଗି ତିରିଆଙ୍କ ଘରକୁ ହାଣ୍ଡିଆ ପିଇବାକୁ ଯାଇଥିଲେ । ତେବେ ମାଙ୍ଗିଙ୍କ ଘରେ ହାଣ୍ଡିଆ ନଥିବାରୁ ସେ ପଡିଶା ଘରୁ ହାଣ୍ଡିଆ ଆଣି ମଧୁସୂଦନଙ୍କୁ ଦେଇଥିଲେ ଏବଂ ବନ୍ଧୁ ବସିକି ଆରାମରେ ହାଣ୍ଡିଆ ପିଇବାକୁ କହିଥିଲେ । ମୋତେ କାହିଁକି ବନ୍ଧୁ କହିଲ କହି ମଧୁସୂଦନ ରାଗି ଯାଇଥିଲେ । ତାପରେ ପାଖରେ ଥିବା ନିଆଁଖୁଣ୍ଟା ରେ ମାଙ୍ଗି ତିରିଆଙ୍କୁ ପିଟି ପିଟି ଗୁରୁତର କରିଦେଇଥିଲେ।
ଶେଷରେ ମାଙ୍ଗିଙ୍କୁ ତେଲକୋଇ ମେଡିକାଲ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ମଧୁସୂଦନ ତିରିଆ ଫେରାର ଥିବା ଜଣାପଡିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ