ETV Bharat / state

ବିକାଶ ନାଁରେ ଜିଲ୍ଲା ଖଣିଜ ପାଣ୍ଠିର ହରିଲୁଟ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଜେପି

author img

By

Published : Sep 7, 2020, 3:35 PM IST

ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରେ ଜମା ଅର୍ଥକୁ ପ୍ରଭାବିତ ଅଞ୍ଚଳବାସୀଙ୍କ ବିକାଶରେ ଲଗାଇବା ପରିବର୍ତ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ଆଳରେ ହଜାର ହଜାର ଟଙ୍କା ହରିଲୁଟ୍ କରିଛନ୍ତି । ବିଜେପିର ବରିଷ୍ଠ ନେତା ମୁରଲୀ ଶର୍ମା ଏଭଳି ସଙ୍ଗୀନ ଅଭିଯୋଗ ଆଣିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବଡ଼ବିଲ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ବିକାଶ ନାଁରେ ଜିଲ୍ଲା ଖଣିଜ ପାଣ୍ଠିର ହରିଲୁଟ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଜେପି
ବିକାଶ ନାଁରେ ଜିଲ୍ଲା ଖଣିଜ ପାଣ୍ଠିର ହରିଲୁଟ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଜେପି

କେନ୍ଦୁଝର: ଚମ୍ପୁଆ ଉପଖଣ୍ଡବାସୀଙ୍କ ପାଇଁ ଅଭିଶାପ ପାଲଟିଛି ଖଣିଜ ସମ୍ପଦ । ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରେ ଜମା ଅର୍ଥକୁ ପ୍ରଭାବିତ ଅଞ୍ଚଳବାସୀଙ୍କ ବିକାଶରେ ଲଗାଇବା ପରିବର୍ତ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ଆଳରେ ହଜାର ହଜାର ଟଙ୍କା ହରିଲୁଟ୍ କରିଛନ୍ତି । ବିଜେପିର ବରିଷ୍ଠ ନେତା ମୁରଲୀ ଶର୍ମା ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତେଣୁ ଏଭଳି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବଡ଼ବିଲ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଦାବି କରିଛନ୍ତି ।

ଖଣି କାରବାର କରି ପୁଞ୍ଜିପତିମାନେ ବେଶ୍ ମାଲାମାଲ ହୋଇଥିବା ବେଳେ, ଖଣି ପ୍ରଭାବିତ ଅଞ୍ଚଳବାସୀ ଦି ଓଳି ପେଟକୁ ଦାନା ପାଇଁ ସଂଘର୍ଷ କରୁଛନ୍ତି । ଖଣିଜ ସମ୍ବନ୍ଧୀୟ କାର୍ଯ୍ୟରେ ବହୁଳ ମାତ୍ରାରେ ମେସିନ୍ ବ୍ୟବହାର ଯୋଗୁଁ କାମ ଧନ୍ଦାରୁ ଶ୍ରମିକ ବଞ୍ଚିତ ହୋଇଛନ୍ତି । ଖଣିଜ ସମ୍ପଦ ଉପଖଣ୍ଡବାସୀଙ୍କ ପାଇଁ ସତେଯେମିତି ଅଭିଶାପ ପାଲଟିଯାଇଛି ବୋଲି ସେ କହିଛନ୍ତି । କେନ୍ଦୁଝର ଜିଲ୍ଲାରେ ଦ୍ୱିତୀୟ ବୃହତ୍ ଇସ୍ପାତ୍ କାରଖାନା ପ୍ରତିଷ୍ଠା, ବିଜୁ ବାବୁଙ୍କ ସ୍ୱପ୍ନ ଆଜି ଜିଲ୍ଲାବାସୀଙ୍କ ପାଇଁ ଦିବା ସ୍ୱପ୍ନ ହୋଇ ରହିଯାଇଛି । ଜଗତସିଂହପୁର ଜିଲ୍ଲାରେ ବହୁ ରାଷ୍ଟ୍ରୀୟ କମ୍ପାନୀ ଦ୍ୱାରା ୧ ଲକ୍ଷ ଟଙ୍କା ବ୍ୟୟରେ ଇସ୍ପାତ୍ ଶିଳ୍ପ ପ୍ରତିଷ୍ଠା ଜିଲ୍ଲାବାସୀଙ୍କୁ ଉପହାସ ବୋଲି ସେ ଅଭିଯୋଗ କରିଛନ୍ତି । ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାରେ ଏ ପର୍ଯ୍ୟନ୍ତ ଏକ ବୃହତ୍ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା କେବଳ ନିର୍ବାଚନୀ ପ୍ରତିଶୃତିରେ ସୀମିତ ରହିଯାଇଛି । ଜିଲ୍ଲାରେ ବେକାରୀ ସମସ୍ୟା ବୃଦ୍ଧି ସହ ଆର୍ଥିକ ଓ ସାମାଜିକ ବିକାଶ ହ୍ରାସ ପାଇବାରେ ଲାଗିଛି ବୋଲି ମୁରଲୀ ଅଭିଯୋଗ କରିଛନ୍ତି । ଉପଯୁକ୍ତ ଭିତ୍ତିଭୂମି ନଥାଇ ମାତ୍ରାଧିକ ଭାରୀଯାନ ଚଳାଚଳ ଯୋଗୁଁ ସମଗ୍ର ଚମ୍ପୁଆ ଉପଖଣ୍ଡର ଜାତୀୟ ରାଜପଥ ଠାରୁ ଆରମ୍ଭ କରି ଗ୍ରାମ୍ୟ ରାସ୍ତା ମରଣାଯନ୍ତା ପାଲଟିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି । ପ୍ରସୂତି ମଧ୍ୟ ଡାକ୍ତରଖାନାକୁ ପହଞ୍ଚି ପାରୁନାହାନ୍ତି । ଏଭଳି ସ୍ଥିତି ଜିଲ୍ଲାରେ ମାନବାଧିକାରକୁ ଖୋଲାଖୋଲି ଉଲ୍ଲଂଘନ କରୁନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି ଯୋଡ଼ା, ବାଂଶପାଣି ଠାରୁ ରଣାଶାଳ ପର୍ଯ୍ୟନ୍ତ ଫ୍ଲାଇ ଓଭର ଓ ଭଦ୍ରାସାହି ଠାରୁ ନାଲଦା ପର୍ଯ୍ୟନ୍ତ ବାଇପାସ୍ ରାସ୍ତାର ନିର୍ମାଣ କାର୍ଯ୍ୟ ଅବିଳମ୍ବେ ଆରମ୍ଭ କରି ରାଜ୍ୟ ସରକାର ଜନସାଧାରଣଙ୍କ ମୌଳିକ ଦାବିକୁ ସମ୍ମାନ ଦେବାକୁ ବିଜେପି ଦାବି କରିଛି । ସେହିପରି ଦୀର୍ଘ ବର୍ଷରୁ ଅଧପନ୍ତରିଆ ଭାବେ ପଡ଼ିରହିଥିବା କାନପୁର ଡ୍ୟାମ୍ ନିର୍ମାଣକୁ ସମ୍ପୂର୍ଣ୍ଣ କରାଯିବା ସହ କାନପୁର ଡ୍ୟାମ୍ ବିସ୍ଥାପିତଙ୍କୁ ଥଇଥାନ କରିବା ସହ ସେମାନଙ୍କୁ ମିଳିବାକୁ ଥିବା ଅର୍ଥକୁ ତୁରନ୍ତ ପ୍ରଦାନ କରାଯାଉ ବୋଲି ମୁରଲୀ ଶର୍ମା କହିଛନ୍ତି । ଗଣତାନ୍ତ୍ରିକ ପଦ୍ଧତିରେ ହକ ଜାହିର କଲେ ଖଣି କମ୍ପାନୀ ହାତରେ ବନ୍ଧା ପ୍ରଶାସନିକ ଅଧିକାରୀଙ୍କ ଇଙ୍ଗିତରେ ପୋଲିସ୍ ନାଲି ଆଖି ଦେଖାଇ ସେମାନଙ୍କ ନାଁରେ ମିଥ୍ୟା କେସ୍ ରୁଜ୍ଜୁ କରି ହଇରାଣ ହରକତ କରୁଥିବା ମଧ୍ୟ ସେ କହିଛନ୍ତି । ଖଣି ପ୍ରଭାବିତ ଯୋଡ଼ା, ବଡ଼ବିଲ ଅଞ୍ଚଳରେ ଏକ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ୍ ନିର୍ମାଣ, ରାସ୍ତାଘାଟର ନବୀକରଣ, ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ, ରାଜ୍ୟ ବାହାରର ଟ୍ରଲର ଓ ଟ୍ରକକୁ ବାଦ୍ ଦିଆଯାଇ ସ୍ଥାନୀୟଙ୍କୁ ଅଗ୍ରାଧିକାର ଏବଂ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି । ଆଗାମୀ ଏକ ମାସ ମଧ୍ୟରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାନଗଲେ, ବିଜେପି ପକ୍ଷରୁ ସମଗ୍ର ଚମ୍ପୁଆ ଉପଖଣ୍ଡରେ ବ୍ୟାପକ ଆନ୍ଦୋଳନ କରାଯିବ ସେ ଚେତାବନୀ ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.